ହରିୟାଣା : ଓଲଟିଲା ସ୍କୁଲ ବସ୍‌, ୫ ପିଲା ମୃତ, ୧୫ ଗୁରୁତର

ହରିୟାଣାର ମହେନ୍ଦ୍ରଗଢ ଜିଲ୍ଲାରେ ସ୍କୁଲ ବସ୍‌ ଓଲଟିବାରୁ ୫ ଜଣ ପିଲାଙ୍କ ଜୀବନ ଚାଲିଯାଇଥିବା ଅନୁମାନ କରାଯାଉଛି । ଅନେକ ପିଲା ଆହତ ହୋଇଛନ୍ତି । ଆଜି ସକାଳେ ଏକ ଘରୋଇ ସ୍କୁଲ ବସ୍‌ କନିନା ପାଖରେ ଦୁର୍ଘଟଣାର ଶିକାର ହୋଇଛି । ତେବେ ଇଦ ହୋଇଥିବା ବେଳେ ସରକାରୀ ଛୁଟି ଥିବା ବେଳେ କେତେକ ଘରୋଇ ସ୍କୁଲ ଖୋଲାଯାଇଛି ।

ହରିୟାଣାର ମହେନ୍ଦ୍ରଗଢ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ସ୍କୁଲ ବସ୍‌ ଓଲଟିବାରୁ ୫ ଜଣ ପିଲାଙ୍କ ଜୀବନ ଚାଲିଯାଇଥିବା ଅନୁମାନ କରାଯାଉଛି । ଅନେକ ପିଲା ଆହତ ହୋଇଛନ୍ତି । ଆଜି ସକାଳେ ଏକ ଘରୋଇ ସ୍କୁଲ ବସ୍‌ କନିନା ପାଖରେ ଦୁର୍ଘଟଣାର ଶିକାର ହୋଇଛି । ପ୍ରଶାସନ ତରଫରୁ ୫ ଜଣ ପିଲାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଦୁର୍ଘଟଣାରେ ଆହତ ୧୫ ଜଣ ପିଲାଙ୍କ ଗୁରୁତର ବୋଲି ଜଣାପଡିଛି ।

ଦୁର୍ଘଟଣାରେ ଆହତ ହୋଇଥିବା ପିଲାଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁବରଣ କରିଥିବା ପିଲାଙ୍କ ପରିଜନ ଭାଙ୍ଗିପଡିଛନ୍ତି । ତେବେ ବସ୍‌ଟି ଦ୍ରୁତଗତିରେ ଯାଇଥିବାରୁ ଅନିୟନ୍ତ୍ରିତ ହୋଇ ଓଲଟିପଡିଥିଲା । ଫଳରେ ପିଲାଙ୍କୁ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳ ଚିତ୍କାରରେ ଫାଟିପଡିଥିଲା । ସ୍ଥାନୀୟ ଲୋକ ପିଲାମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରିଥିଲେ ।

ଖବର ମୁତାବକ, ଘରୋଇ ବସ୍‌ଟି ଜିଏଲ ପବ୍ଲିକ ସ୍କୁଲର ବୋଲି ଜଣାପଡିଛି । ବସ୍‌ ଉହ୍ନାଣୀ ଗାଁ ପାଖରେ ପିଲାଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ତେବେ ଇଦ ହୋଇଥିବା ବେଳେ ସରକାରୀ ଛୁଟି ଥିବା ବେଳେ କେତେକ ଘରୋଇ ସ୍କୁଲ ଖୋଲାଯାଇଛି । ସେଥିପାଇଁ ଏହି ଘରୋଇ ସ୍କୁଲ ଆଜି ଖୋଲାଥିଲା । ଆଉ ପିଲାଙ୍କ ସହିତ ଏଭଳି ଦୁର୍ଘଟଣା ଘଟିଗଲା ।

ତେବେ ବସ୍‌ ଡ୍ରାଇଭର ନିଶା ଅବସ୍ଥାରେ ଗାଡି ଚଲାଉଥିଲା ବୋଲି ପୋଲିସ କହିଛି । ପୋଲିସ ଡ୍ରାଇଭରକୁ ଗିରଫ କରି ମେଡିକାଲ ଯାଞ୍ଚ ପାଇଁ ପଠାଯାଇଛି । ଏହି ମାମଲାରେ ଘରୋଇ ସ୍କୁଲ ତରଫରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.