ଦିଲ୍ଲୀରେ ପୁଣି ହିଟ୍‌ ଆଣ୍ଡ ରନ୍‌ ମାମଲା : ନାବାଳିକାଙ୍କୁ ଘୋଷାଡି ନେଲା କାର, ଦେଖନ୍ତୁ ଭିଡିଓ

ନନ୍ଦ ନଗରି ଅଞ୍ଚଳରେ ଜଣେ ବ୍ୟକ୍ତିର ବାଇକ୍ ପଛରେ ବସିଥିବା ଝିଅକୁ ଏକ କାର୍ ଧକ୍କା ଦେଇ କିଛି ଦୂର ଘୋଷାଡି ନେଇଛି । କାରଟି ଧକ୍କା ହେବା ପରେ ନାବାଳିକା ଗୁରୁତର ଆହତ ହୋଇଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଦିଲ୍ଲୀରେ ହିଟ୍‌ ଆଣ୍ଡ ରନ୍‌ର ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ନନ୍ଦ ନଗରି ଅଞ୍ଚଳରେ ଜଣେ ବ୍ୟକ୍ତିର ବାଇକ୍ ପଛରେ ବସିଥିବା ଝିଅକୁ ଏକ କାର୍ ଧକ୍କା ଦେଇ କିଛି ଦୂର ଘୋଷାଡି ନେଇଛି । କାରଟି ଧକ୍କା ହେବା ପରେ ନାବାଳିକା ଗୁରୁତର ଆହତ ହୋଇଥିଲେ । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ଏପ୍ରିଲ ୯ରେ ଘଟିଥିବା କୁହାଯାଉଛି । ଘଟଣାଟି ସିସିଟିଭିରେ କଏଦ ହୋଇଥିଲା । ଭିଡିଓରେ ଏହା ଦେଖିବାକୁ ମିଳେ ଯେ କାର ଡ୍ରାଇଭର ଜାଣିଶୁଣି ଝିଅ ଉପରେ କାର ଚଢାଇଥିଲା ।

ସିସିଟିଭି ଭିଡିଓରୁ ଜଣାପଡିଛି ଯେ ଜଣେ ଯୁବକ ଓ ଝିଅ ସ୍କୁଟରରେ ଯାଉଥିବା ସମୟରେ ଏକ କାର ପଛରୁ ଆସି ସେମାନଙ୍କୁ ଧକ୍କା ଦେଇଥିଲା । ତେବେ କାରଟି ସେମାନଙ୍କୁ ଧକ୍କା ଦେବା ପରେ ଝିଅଟି ସେହି କାର ସହିତ କିଛି ଦୂର ଟାଣି ହୋଇ ଅନ୍ୟ ସ୍ଥାନରେ ପଡିଯାଇଥିଲା । ନିକଟସ୍ଥ ଲୋକମାନେ ଏକାଠି ହେବା ବେଳକୁ କାର ଡ୍ରାଇଭର ପଳାଇ ଯାଇଥିଲେ । ସିସିଟିଭି ଆଧାରରେ ପୋଲିସ ଅଭିଯୁକ୍ତ ସନ୍ନି ରାୱଲଙ୍କୁ ଗିରଫ କରି ତାଙ୍କ କାର ଜବତ କରିଛି ।

ପୋଲିସ ସୂଚନା ଅନୁଯାଇ, ଝିଅଟିର ନାମ ଅବିବା ବୋଲି କୁହାଯାଉଛି, ଯିଏ ଗାଜିଆବାଦର ଏକ RO ଦୋକାନରେ କାମ କରନ୍ତି । ତେବେ ଏ ମାମଲାରେ ଆହତ ହୋଇଥିବା ଝିଅ ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ଆଜିକାଲି ହିଟ୍‌ ଆଣ୍ଡ ରନ୍‌ର ମାମଲା ଦିନକୁ ଦିନ ବଢିଚାଲିଛି । ତେବେ ଏନେଇ ବର୍ତ୍ତମାନ ଅନେକ ଖବର ସାମ୍ନାକୁ ଆସୁଛି । ସେଥିପାଇଁ ଆପଣମାନେ ରାସ୍ତାରେ ଯିବା ଆସିବା କରିବା ସମୟରେ ଧ୍ୟାନ ଦେଇ ଗାଡ଼ି ଚଲାଇବା ଉଚିତ । ଯାହା ଫଳରେ ଆପଣ ଏବଂ ଆପଣଙ୍କ ଆଖପାଖ ଲୋକ ସୁରକ୍ଷତି ରହିବେ । ଏହା ସହ ଆପଣାମନେ ଏହି ସବୁ ଅସୁବିଧାରୁ ରକ୍ଷା ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.