ଲୋକପ୍ରିୟ ଡିଜେ ମିଷ୍ଟର ସିଙ୍କ ପରଲୋକ, ହିପ୍‌-ହପ୍‌ ସଂସ୍କୃତିକୁ ଦେଇଥିଲେ ଭିନ୍ନ ପରିଚୟ

ମିଷ୍ଟର ସି ନ୍ୟୁୟର୍କରେ ହିପ-ହପ୍‌ କଲଚରକୁ ବୃଦ୍ଧି କରିବାରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ତାଙ୍କ ମୃତ୍ୟୁ ଖବର ରେଡିଓ ଷ୍ଟେସନ ହଟ୍‌-୯୭ ପକ୍ଷରୁ ମିଳିଛି । ତେବେ ତାଙ୍କ ମୃତ୍ୟୁ କେମିତି ହୋଇଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ରେଡିଓ ଷ୍ଟେସନ ହଟ୍‌-୯୭ର ପିଟର ରୋସେନବର୍ଗ ନିଜ ବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ନ୍ୟୁୟର୍କ ସହରର ଲୋକପ୍ରିୟ ଡିଜେ ମିଷ୍ଟର ସିଙ୍କ ୫୭ ବର୍ଷ ବୟସରେ ପରଲୋକ ହୋଇଛି । ମିଷ୍ଟର ସି ନ୍ୟୁୟର୍କରେ ହିପ-ହପ୍‌ କଲଚରକୁ ବୃଦ୍ଧି କରିବାରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ତାଙ୍କ ମୃତ୍ୟୁ ଖବର ରେଡିଓ ଷ୍ଟେସନ ହଟ୍‌-୯୭ ପକ୍ଷରୁ ମିଳିଛି । ତେବେ ତାଙ୍କ ମୃତ୍ୟୁ କେମିତି ହୋଇଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ରେଡିଓ ଷ୍ଟେସନ ହଟ୍‌-୯୭ର ପିଟର ରୋସେନବର୍ଗ ନିଜ ବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ସେ X ରେ ପୋଷ୍ଟ କରି ଲେଖିଛନ୍ତି, ଆମେ ଆଇକନିକ ମିଷ୍ଟର ସିଙ୍କୁ ହରାଇଛୁ । ମୁଁ କାଲି ତା’ ସହିତ କଥା ହୋଇଥିଲି ଏବେ ସଂପୂର୍ଣ୍ଣ ଭାବେ ଆଶ୍ଚର୍ଯ୍ୟ ହେଉଛି । ଆମ ସମସ୍ତଙ୍କର ବନ୍ଧୁ, ଅଦ୍ଭୁଦ ବ୍ୟକ୍ତି, ମହତ୍ତ୍ୱପୂର୍ଣ୍ଣ ଏବଂ ପ୍ରଭାବଶାଳୀ ଡିଜେ ମଧ୍ୟରେ ସେ ଥିଲେ ଅନ୍ୟତମ । ଆଇ ଲଭ ୟୁ ।

ରେଡିଓ ଷ୍ଟେସନ ହଟ୍‌ ୯୭ର ରିପ୍ରେଜେଣ୍ଟିଭ ବୟାନ ଜାରି କରି କହିଛି, ହଟ୍‌ ୯୭ ଏବଂ WBLS ର ଏକ ପରିବାର ଭାବେ ଆମ ନିଜର ପ୍ରିୟ ମିଷ୍ଟର ସିଙ୍କ ନିଧନରେ ଗଭୀର ଦୁଃଖିତ । ସେ କେବଳ ଜଣେ ଡିଜେ ନଥିଲେ, ଆମ ଷ୍ଟେସନର ମଜବୁତ ସ୍ତମ୍ଭ ଥିଲେ । ସେ ନୁନ ଏବଂ ପ୍ରାଇଡେ ନାଇଟ ଲାଇ ସେଟରେ ଫେମସ ଥ୍ରୋବ୍ୟାକରୁ ଅଗଣିତ ଶ୍ରେତାଙ୍କୁ ଖୁସି କରିଛନ୍ତି ।

 

View this post on Instagram

 

A post shared by HOT 97 (@hot97)

ତାଙ୍କ ପ୍ରକୃତ ନାମ କେଲଭିନ ଲେବ୍ରୁନ । ସେ ଲୋକପ୍ରିୟ ହିପ୍‌ହପ୍‌ ଷ୍ଟେସନ ହଟ ୯୭ର ମୁଖ୍ୟ ରହିଥିଲେ । ୨୦୧୩ରେ ଏକ ବିବାଦ ଯୋଗୁଁ ସେ ଏଠାରୁ ଛାଡି ଚାଲିଯାଇଥିଲେ । ଏହାପରେ ସେ ଏବ୍ରୋ ଡାର୍ଡନଙ୍କ ସହିତ ଇଣ୍ଟରଭ୍ୟୁରେ ନିଜର ସେକ୍ସୁଆଲିଟି ବିଷୟରେ କହିଥିଲେ । ଏହାପରେ ୨୦୧୪ରେ ପୁଣିଥରେ ହିପହପ୍‌ ଷ୍ଟେସନରେ ଯୋଗ ଦେଇଥିଲେ । କିନ୍ତୁ ପୁଣି କୌଣସି ବିବାଦ ଯୋଗୁଁ ଇସ୍ତଫା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.