ଫୁଲ ତୋଳିବା ବେଳେ ମହିଳାଙ୍କୁ ଧକ୍କା ଦେଲା କାର : ଜଣେ ମୃତ, ୨ ଗୁରୁତର

କୋଣାର୍କ ପିପିଲି ରାସ୍ତାର ଗୋପ ବାୟାକୁଦା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଦୁର୍ଘଟଣାଟି ଏତେ ଭୟଙ୍କର ହୋଇଥିଲା ଯେ ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି ।

ଗୋପ (କେନ୍ୟୁଜ): କୋଣାର୍କ ପିପିଲି ରାସ୍ତାର ଗୋପ ବାୟାକୁଦା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି  ।  ଦୁର୍ଘଟଣାଟି ଏତେ ଭୟଙ୍କର ହୋଇଥିଲା ଯେ ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି  ।

ସୂଚନା ଅନୁସାରେ ଗୋପ ବାୟାକୁଦାର ରେଣୁବାଳା ବେହେରା ଓ ରଞ୍ଜିତା ପ୍ରଧାନ ଭୋରୁ ରାସ୍ତା କଡରେ ଫୁଲତୋଳୁ ଥିଲେ । ଏହି ସମୟରେ ଗୋପ ପଟୁ ଆସୁଥିବା ଏକ କାର ଦୁଇ ମହିଳାଙ୍କୁ ସିଧା ଧକ୍କା ଦେଇଥିଲା । ପରେ କାରଟି ଭାରସ୍ୟମ ହରାଇ କୋଣାର୍କ ପଟୁ ଆସୁଥିବା ଏକ ବାଇକ ଆରୋହୀଙ୍କୁ ପିଟିଥିଲା ।  ଘଟଣା ସ୍ଥଳରେ ରେଣୁବାଳାଙ୍କ ମୃତ୍ୟୁ ଘଟିଥିବା ବେଳେ ରଞ୍ଜିତା ପ୍ରଧାନ ଏବଂ ବାଇକ ଆରୋହୀ ନିରଂଜନ ପ୍ରଧାନ ଗୁରୁତର ଆହତ ହୋଇଥିଲେ ।

ଗୋପ ଅଗ୍ନିଶମ ବିଭାଗ ଘଟଣାର ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ପ୍ରଥମେ ଗୋପ ମେଡିକାଲରେ ଭର୍ତ୍ତି କରିଥିଲେ ପରେ ଉଭୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରଯାଇଛି ।  ଘଟଣା ସ୍ଥଳରେ ଗୋପ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଦୁର୍ଘଟଣା ଘଟାଇ କାର ଡ୍ରାଇଭର ଛୁ ମାରିଥିବା ଜଣା ପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.