ଚୈତ୍ର ନବରାତ୍ରି ତୃତୀୟ ଦିନ: ମା’ ଚନ୍ଦ୍ରଘଣ୍ଟାଙ୍କୁ କରନ୍ତୁ ପୂଜା, ସମସ୍ତ ବାଧାବିଘ୍ନ ଦୂର ହେବ
ମା ଚନ୍ଦ୍ରଘଣ୍ଟାଙ୍କ ଆଶୀର୍ବାଦରୁ ଭକ୍ତର ସମସ୍ତ ପାପ ନଷ୍ଟ ହୋଇଥାଏ ଏବଂ ସମସ୍ତ ବାଧା-ବିଘ୍ନ ଦୂର ହୋଇଥାଏ । ଦେବୀ ମାଙ୍କ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖ ଏବଂ ଭୟରୁ ମୁକ୍ତି ମିଳିଥାଏ । ମା ଚନ୍ଦ୍ରଘଣ୍ଟା ନିଜ ଭକ୍ତଙ୍କୁ ଅସୀମ ଶାନ୍ତି ଏବଂ ସୁଖ ପ୍ରଦାନ କରିଥାନ୍ତି ।

ମା’ ଦୁର୍ଗାଙ୍କ ୯ଟି ରୂପ ପୂଜା ଓ ସାଧନା ପାଇଁ ନବରାତ୍ରିର ସମୟ ସବୁଠାରୁ ଶ୍ରେଷ୍ଠ ସମୟ ବୋଲି କୁହାଯାଏ । ନବରାତ୍ରିରେ ଶ୍ରଦ୍ଧାରେ ମା’ଙ୍କ ପୂଜା କରିବା ଦ୍ୱାରା ୪ ପୁରୁଷ (ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ)ପ୍ରାପ୍ତି ହୋଇଥାଏ । ଚୈତ୍ର ନବରାତ୍ରିର ତୃତୀୟ ଦିନ ମାତା ଚନ୍ଦ୍ରଘଣ୍ଟାଙ୍କୁ ସମର୍ପିତ କରାଯାଇଥାଏ । ମାତା ଚନ୍ଦ୍ରଘଣ୍ଟାଙ୍କ ସ୍ୱରୂପ ହେଉଛି ଶିବଦୁତି । ଦେବୀ ମାଙ୍କ ମସ୍ତକରେ ଘଣ୍ଟ ଆକାରର ଅର୍ଦ୍ଧଚନ୍ଦ୍ର ରହିଛି । ଏହି କାରଣରୁ ଦେବୀ ମାଙ୍କୁ ଚନ୍ଦ୍ରଘଣ୍ଟା ଦେବୀ କୁହାଯାଇଥାଏ । ଏହି ଦେବୀ ମାଙ୍କ ରଙ୍ଗ ସୁନା ସମାନ ହୋଇଥାଏ । ମାଙ୍କ ଭୟାନକ ଧ୍ୱନିରେ ଅତ୍ୟାଚାରୀ ଦାନବ, ଦୈତ୍ୟ ଆଦି ସମସ୍ତେ ଭୟ କରିଥାନ୍ତି। ଯୁଦ୍ଧ ସମୟରେ ଦେବୀ ଚନ୍ଦ୍ରଘଣ୍ଟା ଘଣ୍ଟ ଧ୍ୱନିରେ ହିଁ ଅସୁରଙ୍କର ବିନାଶ କରିଥିଲେ ।
ଜାଣନ୍ତୁ କିପରି କରିବେ ପୂଜା:
-ବୈଦିକ ଏବଂ ସପ୍ତସତୀ ମନ୍ତ୍ରୀ ଦ୍ୱାରା ମା ଚନ୍ଦ୍ରଘଣ୍ଟାଙ୍କର ପୂଜା କରାଯାଇଥାଏ । ଏଥିରେ ଆବାହନ, ଆସନ, ସ୍ନାନ, ବସ୍ତ୍ର, ସୌଭାଗ୍ୟ ସୂତ୍ର, ଚନ୍ଦନ, ସିନ୍ଦୂର, ହଳଦୀ, ଦୁବ, ପୁଷ୍ପ, ଦୀପ-ଧୂପ, ଫଳ, ପାନ, ଦକ୍ଷିଣା, ଆଳତୀ, ମନ୍ତ୍ର ପୁଷ୍ପାଞ୍ଜଳି ଆଦି ଅର୍ପଣ କରନ୍ତୁ ।
-ମା ଚନ୍ଦ୍ରଘଣ୍ଟାଙ୍କ ଆଶୀର୍ବାଦରୁ ଭକ୍ତର ସମସ୍ତ ପାପ ନଷ୍ଟ ହୋଇଥାଏ ଏବଂ ସମସ୍ତ ବାଧା-ବିଘ୍ନ ଦୂର ହୋଇଥାଏ । ଦେବୀ ମାଙ୍କ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖ ଏବଂ ଭୟରୁ ମୁକ୍ତି ମିଳିଥାଏ । ମା ଚନ୍ଦ୍ରଘଣ୍ଟା ନିଜ ଭକ୍ତଙ୍କୁ ଅସୀମ ଶାନ୍ତି ଏବଂ ସୁଖ ପ୍ରଦାନ କରିଥାନ୍ତି ।
ମା ଚନ୍ଦ୍ରଘଣ୍ଟାଙ୍କ ଭୋଗ :
ମା’ ଚନ୍ଦ୍ରଘଣ୍ଟାକୁ କ୍ଷୀର ପ୍ରସ୍ତୁତ ଜିନିଷ ଭୋଗ ଲଗାଯାଏ । ଶାସ୍ତ୍ର ଅନୁସାରେ, ପୂଜା ଦିନ କନ୍ୟାମାନଙ୍କୁ ଖିରି, ହାଲଓ୍ଵା ଏବଂ ସ୍ୱାଦିଷ୍ଟ ମିଠା ଦେବା ଦ୍ୱାରା ମାତା ପ୍ରସନ୍ନ ହୋଇଥାନ୍ତି । ମାନ୍ୟତା ଅନୁସାରେ, ମା’ ଚନ୍ଦ୍ରଘଣ୍ଟାଙ୍କୁ ପ୍ରସାଦ ରୂପେ ଗାଈ କ୍ଷୀରରୁ ପ୍ରସ୍ତୁତ ଭୋଗ ଲଗାଇବା ଦ୍ୱାରା ସମସ୍ତ ବିଘ୍ନ ଏବଂ ବାଧା ଦୂର ହୋଇଥାଏ ।
ପୂଜାରେ ଜପ କରନ୍ତୁ ଏହି ମନ୍ତ୍ର:
ଯା ଦେବୀ ସର୍ବଭୂତେଷୁ ମା ଚନ୍ଦ୍ରଘଣ୍ଟା ରୂପେଣ ସଂସ୍ଥିତା
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ
ପିଣ୍ଡଜ ପ୍ରବରା ରୁଢ଼ା ଚଣ୍ଡ କୈୟୁର୍ତା
ପ୍ରସାଦଂ ତନୁତେ ମହ୍ୟଙ୍ଗ ଚନ୍ଦ୍ରଘଣ୍ଟେତି ବିଶୃତା
ଓଁ ଚଂ ଚଂ ଚଂ ଚନ୍ଦ୍ରଘଣ୍ଟା ୟୈଃ ଦ୍ରୀ ନମଃ।