ପୁଣି ଅଶାନ୍ତ ପଦ୍ମକେଶରୀପୁର: ସୁଧ କାରବାରକୁ ନେଇ ବୋମାମାଡ଼, ୨ ଆହତ

ପୁଣି ଅଶାନ୍ତ ପଦ୍ମକେଶରୀପୁର । ଭୁବନେଶ୍ବର ମଞ୍ଚେଶ୍ବର ଥାନା ପଦ୍ମକେଶରୀପୁରରେ ବୋମାମାଡ଼ । ବୋମାମାଡ଼ରେ ଗୋଟିଏ ପରିବାରର ୨ ଜଣ ଆହତ ହୋଇଛନ୍ତି । ସୁଧ କାରବାରକୁ ନେଇ ବୋମାମାଡ଼ ହୋଇଥିବା ସୂଚନା ମିଳିଛି ।

ଭୁବନେଶ୍ୱର (କେନ୍ୟୁଜ): ପୁଣି ଅଶାନ୍ତ ପଦ୍ମକେଶରୀପୁର । ଭୁବନେଶ୍ବର ମଞ୍ଚେଶ୍ବର ଥାନା ପଦ୍ମକେଶରୀପୁରରେ ବୋମାମାଡ଼ । ବୋମାମାଡ଼ରେ ଗୋଟିଏ ପରିବାରର ୨ ଜଣ ଆହତ ହୋଇଛନ୍ତି । ସୁଧ କାରବାରକୁ ନେଇ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ବୋମାମାଡ଼ ପରେ ଗାଁରେ ଉତ୍ତେଜନା ଲାଗି ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଗାଁରେ ପୋଲିସ ମୁତୟନ ହୋଇଛନ୍ତି ।

ସୂଚନା ଯୋଗ୍ୟ ଗତବର୍ଷ ଅକ୍ଟୋବରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଦ୍ମକେଶରପୁର ଓ କେଳାସାହିର ଭୟାନକ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଆକ୍ରମଣ ଓ ପ୍ରତିଆକ୍ରମଣରେ ୨୦ରୁ ଅଧିକ ଆହତ ହୋଇଥିଲେ । ଏଥିରେ ଟେକା ପଥର ସହ ବୋମା ମାଡ ହୋଇଥିଲା । ଦୁଇ ସାହି ମଧ୍ୟରେ ଚାପା ଉତ୍ତେଜନା ଲାଗି ଯୋଗୁ ୧୪୪ଧାରା ଜାରି କରିଥିଲା ପ୍ରଶାସନ । ଆଉ ଗିରଫଦାରୀ ଭୟରେ ପୂରା ଗାଁ ହୋଇଯାଇଥିଲା ପୁରୁଷ ଶୂନ୍ୟ । ଏହି ଘଟଣାରେ ୭୭ ଜଣ ପୁରୁଷଙ୍କୁ ଗିରଫ କରାଯାଇଥିବା ବେଳେ ୭୦ ଜଣ ମହିଳାଙ୍କୁ ଉଠାଇନେଇ ଥିଲା କମିଶନରେଟ ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.