ଅଲ୍ଲିଗଢ ମୁସଲିମ ବିଶ୍ବବିଦ୍ୟାଳୟ (ଏଏମୟୁ) କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ବର୍ତ୍ତମାନ ଆୟକର ଛାଡ କରାଯିବ। ଏହି ମାମଲାରେ ଭାରତ ସରକାରର ମୁଖ୍ୟ ଆୟକର କମିସିନର ପ୍ରମୋଦ କୁମାର ଗୁପ୍ତା ଆଦେଶ ଜାରି କରିଛନ୍ତି। ଏଥିସହ କିଛି ସର୍ତ ମଧ୍ୟ ଯୋଡା ଯାଇଛି।
ଆଦେଶ ପତ୍ର ଅନୁଯାୟୀ ଏଏମୟୁର ସ୍ଥାପନା ଉଦେଶ୍ୟରେ ଦିଆଯାଉଥିବା ଦାନରେ ଆୟକର ଅଧିନିୟମ ୧୯୬୧ ଧାରାରେ ୮୦ ଜି ଅନ୍ତର୍ଗତ ୧୦୦ ପ୍ରତିଶତ ଛାଡ ପ୍ରାପ୍ତି କରାଯିବ। ଏଏମୟୁର ଶୁଭଚିନ୍ତକ, ପୂର୍ବ ଛାତ୍ର ମାନଙ୍କ ପାଇଁ ଏହା ଶୁଭ ସମାଚାର। ଚେକ, ଡ୍ରାଫ୍ଟ ଅଥବା ନଗଦ ରୁପେ ଟଙ୍କା ଦାନ ଦେବାରେ ସେକ୍ସନ ୮୦ ଜି ଅନ୍ତର୍ଗତ ଆୟକର ରାଶିରେ ଛାଡ ପ୍ରାପ୍ତ କରାଯିବ।
ସୂଚନା ଅନୁଯାୟୀ ସରକାର ଆୟକର ଏକ୍ଟର ସେକ୍ସନ ୮୦ ଜିର ଅନ୍ତର୍ଗତ ଛାଡ ଦିଆଯାଇ ନାଗରିକମାନଙ୍କୁ ଶିକ୍ଷଣୀୟ ଏବଂ ସାମାଜିକ କଲ୍ୟାଣ ପାଇଁ ଆର୍ଥିକ ସହାୟତା ଦେବା ପାଇଁ ପ୍ରେରିତ କରାଯାଉଛି। ଏହା ପୂର୍ବରୁ ମୁଖ୍ୟ ଆୟକର କମିସିନର ସୂଚିତ କରିଥିଲେ ଆୟକର ଅଧିନିୟମ ୧୯୬୧ର ସବ ସେକ୍ସନ ୨(ଏ) ଅନ୍ତର୍ଗତ ପ୍ରାପ୍ତ ଅଧିକାର ପ୍ରୟୋଗ କରି ଆୟକର ଅଧିକାରୀ ଏଏମୟୁ କୁ ରାଷ୍ଟ୍ରିୟ ମହତ୍ବର ବିଶ୍ବବିଦ୍ୟାଳୟ ଘୋଷଣା କରିଛନ୍ତି।
ରିପୋର୍ଟ ଅନୁଯାୟୀ ମୁଖ୍ୟ ଆୟକର କମିସିନର ସ୍ପଷ୍ଟ କରିଛନ୍ତି ଯେଉଁ କାରଣରୁ ଏହା ସ୍ଥାପିତ କରାଯାଇଛି ସେହି ଉଦେଶ୍ୟରେ ଉକ୍ତ ଛାଡ ଏହି ସର୍ତ ସହ ପ୍ରାପ୍ତ ହେବ ବା ଏଏମୟୁ ଦାନର ଧନରାଶି କୁ ସେହି ଉଦେଶ୍ୟରେ ଶେଷ କରିବ ବା ଖର୍ଚ୍ଚ କରିବ। ଏଏମୟୁ ଏହି ଦାନ ରାଶି ଗୁଡିକର ଅଲଗା-ଅଲଗା ହିସାବ ରଖିବା ସହ ପ୍ରତ୍ୟେକ ବର୍ଷ ଆକାଉଣ୍ଟର ଏକ ପ୍ରତିଲିପି ସମ୍ବନ୍ଧିତ ଅଧିକାରୀଙ୍କ ପାଖରେ ୩୧ ଡିସେମ୍ବର ସୁଦ୍ଧା ଜମା କରାଯିବ।