Below header

Airtel ଲଞ୍ଚ କରିବ 5G Ready ନେଟୱର୍କ, ହାଇଦରାବାଦରେ ହେଲା ପ୍ରଥମ ଟ୍ରାଏଲ

ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ ଭାରତରେ ଖୁବ ଶୀଘ୍ର 5ଜି ରେଡ଼ି ନେଟୱାର୍କ ଘୋଷଣା କରିବାକୁ ଯାଉଛି । ଏହି ନିକଟରେ କମ୍ପାନୀ ପକ୍ଷରୁ ହାଇଦରାବାଦରେ ଲଞ୍ଚ ମଧ୍ୟ କରାଯାଇ ଥିଲା । ଏଣୁ ଦେଶରେ 5ଜି ପ୍ରଦର୍ଶନ କରିବାରେ ଏୟାରଟେଲ ହେଉଛି ପ୍ରଥମ କମ୍ପାନୀ । 5ଜି ନେଟୱର୍କ ପାଇଁ ଏୟାରଟେଲ ପକ୍ଷରୁ Ericsson କମ୍ପାନୀ ସହ ଏକ ଚୁକ୍ତି ସ୍ୱାକ୍ଷରିତ ମଧ୍ୟ ହୋଇଛି । କମ୍ପାନୀ ଏହି ଲିବରଲାଇଡ ସ୍ପେକ୍ଟରମକୁ 1800 ମେଗାହର୍ଟ୍ସ ବ୍ୟାଣ୍ଡ ଏନଏସଏ ନେଟୱର୍କ ଟେକନିକ ଜରିଆରେ ହିଁ କରିଥିଲା । ଏହି ପଦକ୍ଷେପ ପରେ ଡୋମେନ, ରେଡ଼ିଓ, କୋର ଓ ଟ୍ରାନ୍ସପୋର୍ଟ 5G ସର୍ଭିସକୁ ଆହୁରି ସଶକ୍ତ କରିବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । 5ଜି ସେବା ଲାଗୁ ହେଲେ ମାତ୍ର କିଛି ସେକେଣ୍ଡରେ ଏକ ପୁରା ଫିଲ୍ମ ଡାଉନଲୋଡ଼ କରାଯାଇ ପାରିବ । କିନ୍ତୁ ଏନେଇ ପର୍ଯ୍ୟାପ୍ତ ସ୍ପେକ୍ଟରମ ଉପଲବ୍ଧ ପରେ ହିଁ ସରକାରଙ୍କ ପକ୍ଷରୁ ଏନେଇ ମଞ୍ଜୁରୀ ମିଳିବ ।

ଏବାବଦରେ ଭାରତୀ ଏୟାରଟେଲର ଏମଡି ତଥା ସିଇଓ ଗୋପାଳ ବିଟ୍ଠଲ କହିଛନ୍ତିକି, ଏହି ଟେକନିକକୁ ବିକଶିତ କରିଥିବା ଇଂଜିନିୟର ମାନଙ୍କୁ ମୁଁ ବିଶେଷ ଭାବେ ଧନ୍ୟବାଦ ଜଣାଉଛି । ହାଇଦରାବାଦରେ ଏହି ପ୍ରୟାସ ଏକ ଗେମ ଚେଞ୍ଜର ଭାବେ ପ୍ରମାଣିତ ହୋଇଛି । କହିରଖୁଛୁକି ଏମିତି 5ଜି ଲଞ୍ଚ କରିବାରେ ଏୟାରଟେଲ ହେଉଛି ପ୍ରଥମ ଅପରେଟର । ପ୍ରତିଟି ଭାରତୀୟଙ୍କୁ ସହଜ ଓ ସୁବିଧାରେ ସେବା ଯୋଗାଇ ଦେବାରେ କମ୍ପାନୀ ପ୍ରୟାସ କରିଥଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.