ଅଲିବାବା ସିଙ୍ଗଲ ଡ଼େ ସେଲ୍ : ୫ ମିନିଟରେ ବିକ୍ରି ହେଲା ୨୧ ହଜାର କୋଟିର ଜିନିଷ

ନୂଆଦିଲ୍ଲୀ : ଚାଇନାର ଇକମର୍ସ କମ୍ପାନି ଅଲିବାବା ନିଜର ବାର୍ଷିକ ସିଙ୍ଗଲ ଡ଼େ ସେଲ (ଦିନିକିଆ ସେଲ)ର ଧମାକେଦାର ଆରମ୍ଭ କରିଛି। କମ୍ପାନି ସେଲ ଆରମ୍ଭର ମାତ୍ର ୫ ମିନିଟ ମଧ୍ୟରେ ୩ ବିଲିୟନ୍ ଡଲାର ଅର୍ଥାତ୍ ପ୍ରାୟ ୨୧ ହଜାର କୋଟିର ଜିନିଷ ବିକ୍ରି କରିଛି। ରବିବାର ଦିନ ପାଇଁ ରହିଥିଲା ଏହି ଧମାକେଦାର ସେଲ । ତେବେ ଏହା ବ୍ଯବସାୟିକ କ୍ଷେତ୍ରରେ ସ୍‌ଷ୍ଟି କରିଛି ଏକ ଅଭିନବ ଉଦାହରଣ।

singlesday

ତେବେ ଏହି ସେଲରେ ସବୁଠାରୁ ଅଧିକ ସେଲ ସାଓମି ଏବଂ ଆପଲ ଭଳି ଟପ୍ ବ୍ରାଣ୍ଡର ହୋଇଛି। ଖାଲି ସେତିକି ନୁହଁ ସଫଳତାର ସହ ଆରମ୍ଭ ହୋଇଥିବା ଏହି ସେଲ ଘଣ୍ଟାକ ମଧ୍ୟରେ ୧୦ ବିଲିୟନ ଡଲାରରେ ପହଞ୍ଚିଥିଲା। କମ୍ପାନିର ସୂଚନା ଅନୁଯାୟୀ ଚଳିତ ବର୍ଷ ସମୁଦାୟ କମ୍ପାନିର ବ୍ଯବସାୟ ଟଙ୍କା ସହ ସମାନ ହୋଇଗଲା ଏହି ଗୋଟିଏ ସେଲର ବ୍ଯବସାୟ।


ଅଲିବାବାର ଏହି ଧମାକେଦାର ସେଲରେ ଅତ୍ଯଧିକ ଲର୍ସ ଏଞ୍ଜଲର୍ସ, ଟୋକିଓ ଏବଂ ଫ୍ରେକଫର୍ଟକର ବ୍ଯକ୍ତି ଅଧିକ ରହିଥିଲେ। ଲୋକମାନେ ଏହି ସେଲରେ ଡାଏପରରୁ ଆରମ୍ଭ କରି ମୋବାଇଲ ପର୍ଯ୍ଯନ୍ତ ଭିନ୍ନ ଭିନ୍ନ ଜିନିଷ କଣିଥିଲେ। ତେବେ ଚାଇନାରେ ଚାଲୁଥିବା ଆର୍ଥିକ ଅସୁବିଧା ଅଲିବାବା କମ୍ପାନିର ଏହି ଲାଭ ପରେ କିଛି ମାତ୍ରାରେ ସୁଧିରି ଯାଇପାରେ।