ପୁଣି ଘୁଞ୍ଚିଲା ପୋଲିସ-ଓକିଲ ବିବାଦ ମାମଲା ଶୁଣାଣି, ଅଢ଼େଇ ମାସ ହେଲା ହୋଇପାରୁନି ସମାଧାନ

ଭୁବନେଶ୍ବର (କେନ୍ଯୁଜ୍) : ପୋଲିସ-ଓକିଲ ବିବାଦ ମାମଲାରେ ଘୁଞ୍ଚିଲା ହାଇକୋର୍ଟରେ ଶୁଣାଣି । ଗୁରୁବାର ମାମଲାର ପରବତ୍ତି ଶୁଣାଣି ହେବ । ଆଜି ସୁଦ୍ଧା ଚାର୍ଜସିଟ୍‌ ଦାଖଲ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତେବେ ଏଥିପାଇଁ କ୍ରାଇମବ୍ରାଞ୍ଚ ଅଧିକ ସମୟ ମାଗିଥିଲ । ଫଳରେ ଗୁରବାର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ହେବ ।

ସେପଟେ କଟକରେ ଆଇନଜୀବୀଙ୍କୁ ଆକ୍ରମଣ ଘଟଣାରେ ଆସନ୍ତାକାଲି ଯାଏ ଓକିଲଙ୍କ ଆନ୍ଦୋଳନ ଜାରି ରହିବ । ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସାଧାରଣ ପରିଷଦ ବୈଠକରେ ଆଲୋଚନା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ହେବ । ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ମାଡ଼ମରା ଘଟଣାରେ ଗତ ଅଗଷ୍ଟ ୨୯ ତାରିଖରୁ ଆଇନଜୀବୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ପାଖପାଖି ଅଢ଼େଇ ମାସ ହେଲାଣି । ପୋଲିସ-ଓକିଲ ବିବାଦ ମାମଲାରେ ସମାଧାନର ବାଟ ବାହାରି ପାରୁନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.