Below header

ଉପନିର୍ବାଚନ ପାଇଁ ମୟୁରଭଞ୍ଜ ଜିଲ୍ଳାରେ ରାଜନୀତି ସରଗରମ

ମୟୁରଭଞ୍ଜ(କେନ୍ଯୁଜ୍) : ମୟୁରଭଞ୍ଜ ଜିଲ୍ଳା ସାରସକଣା ନିର୍ବାଚନ ମଣ୍ଡଳୀ ବିଜାତଳା ବ୍ଳକର ୩୨ ନମ୍ବର ଜୋନ ଉପନିର୍ବାଚନ ପାଇଁ ରାଜନୀତି ସରଗରମ । ନିର୍ବାଚନୀ ବିଗୁଲ ବାଜିବା ପରେ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ବିଜେଡି ପ୍ରାର୍ଥୀ ରଘୁନାଥ ମାଝୀ, ବିଜେପି ପ୍ରାର୍ଥୀ କୁତୁଲୁ ହାଂସଦା, କଂଗ୍ରେସ ପ୍ରାର୍ଥୀ ସୁଦର୍ଶନ ମୁର୍ମୁଙ୍କ ସମେତ ୧୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

rairangpur

ଏହି ସମୟରେ ବିଭିନ୍ନ ଦଳର ବରିଷ୍ଠ ନେତା ଉପସ୍ଥିତ ଥିଲେ । ବିଜେପି ଜିଲ୍ଳାପରିଷଦ ସଦସ୍ୟ ଛୋଟରାୟ ମାରାଣ୍ଡିଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନ ହେଉଛି । ଆସନ୍ତା ୧୬ ତାରିଖରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଡିସେମ୍ବର ୬ ତାରିଖରେ ମତଦାନ ହେବ । ୭ ତାରିଖରେ ଭୋଟଗଣତି ଓ ଫଳାଫଳ ଘୋଷଣା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.