ଘନ କୁହୁଡ଼ି ସହ ବଢ଼ିବାରେ ଲାଗିଛି କନ୍ଧମାଳରେ ଶୀତ

କନ୍ଧମାଳ(କେନ୍ଯୁଜ୍) : ଶୀତ ଆସିଲେ ଆଗେ ପହଞ୍ଚେ କନ୍ଧମାଳ ଜିଲ୍ଲାରେ । ଏବେ ନଭେମ୍ବର ମାସର ମଧ୍ୟଭାଗ । ଘନ କୁହୁଡିରେ ଆଚ୍ଛାଦିତ ହୋଇ ରହୁଛି ଫୁଲବାଣୀ ସହର। ସକାଳ ୯ଟା ପୂର୍ବରୁ ରାସ୍ତାଘାଟ କିଛି ଦେଖାଯାଉ ନାହିଁ। ଶୀତରୁ ରକ୍ଷା ପାଇବା ପାଇଁ କିଛି କିଛି ସ୍ଥାନରେ ଲୋକେ ନିଆଁ ପୋଉଁଥିବା ଦେଖିବାକୁ ମିଳୁଛି। ଚା ଦୋକାନ ଓ ପାର୍କରେ ବି ଲୋକଙ୍କ ଭିଡ଼ ଜମୁଛି।
ସେପଟେ ଶୀତ ଋତୁ ଆସିଲେ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମୁଛି। କନ୍ଧମାଳର ବଣ, ପାହାଡ ଘେରା ପରିବେଶ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରୁଛି। ଗତକାଲି ଏଠାରେ ପାରଦ ୧୧ ଡିଗ୍ରୀ ସେଲ୍ସିୟସ୍କୁ ଖସି ଆସିଛି। ଆଗକୁ ଶୀତ ଆହୁରି ବଢ଼ିବ। ଥରିବ ସାରା କନ୍ଧମାଳ ଜିଲ୍ଲା । ହେଲେ ଏଇ ସମୟରେ ପ୍ରକୃତି କିନ୍ତୁ .ହେୋଇଯାଏ ଅପରୂପା ।