ପୁଣି ଗଞ୍ଜାମରେ କୁଖ୍ୟାତ ଅପରାଧୀର ଏନ୍‌କାଉଣ୍ଟର, ବେଣୁ ବାରିକ ଆହତ

ଗଞ୍ଜାମ(କେନ୍ଯୁଜ୍) : ଭଞ୍ଜନଗର ବୁଗୁଡ଼ା ରାମପଦ ଜଙ୍ଗଲରେ ଏନ୍‌କାଉଣ୍ଟର ହୋଇଛି। ବୁଗୁଡା ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ବେଣୁ ବାରିକ ଆହତ ହୋଇଛି। ତାର ବାମ ଗୋଡ଼ରେ ବାଜିଛି ୨ ରାଉଣ୍ଡ ଗୁଳି। ଗୁରୁତର ଅବସ୍ଥାରେ ତାକୁ ବୁଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି। ତା ନିକଟରୁ ବାଇକ ଓ ପିସ୍ତଲ, ୨ ରାଉଣ୍ଡ ଗୁଳି ଓ ମୋବାଇଲ ଜବତ ହୋଇଛି।

ତେବେ ଘଟଣାସ୍ଥଳରୁ ବେଣୁର ଜଣେ ସହଯୋଗୀ ଫେରାର ହୋଇଛି। ବ୍ୟାଙ୍କ ଡକାୟତି ଘଟଣାରେ ସମ୍ପୃକ୍ତ ଥିଲେ ବେଣୁ ବାରିକ। ତା ଘର ନୟାଗଡ଼ ଓଡଗାଁ ଅଞ୍ଚଳରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.