ଧଉଳୀ ଏକ୍ସପ୍ରେସ ଲାଇନଚ୍ଯୁତ : ଅଳ୍ପକେ ରକ୍ଷା ପାଇଲେ ଯାତ୍ରୀ

 ଭୁବନେଶ୍ବର/ବାଲେଶ୍ବର  (କେନ୍ଯୁଜ୍) : ଟ୍ରାକରୁ ଖସିଲା ଟ୍ରେନ୍‌ । ହାୱଡା-ପୁରୀ ଧଉଳି ଏକ୍ସପ୍ରେସ୍‌ର ଗୋଟିଏ ବଗି ଲାଇନ୍‌ଚ୍ୟୁତ ହୋଇଛି। ହାୱଡାରୁ ପୁରୀ ଆସିବା ବାଟରେ ଲାଇନଚ୍ୟୁତ ହୋଇଛି। ସକାଳ ୭ଟା ୧୦ ମିନିଟରେ ପଶ୍ଚିମବଙ୍ଗର ଭୋଗପୁର-ପାଂସକୁରା ମଧ୍ୟରେ ଗୋଟିଏ ବଗି ଟ୍ରାକରୁ ଖସିଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ଲାଇନ୍‌ଚ୍ୟୁତ ହୋଇଥିବା D-3 ବଗିର ଯାତ୍ରୀଙ୍କୁ ପାଂସକୁରା ଷ୍ଟେସନରେ ଚାହା ଓ ସ୍ପାକ୍ସ ଦିଆଯାଇଥିଲା । ଦୁର୍ଘଟଣା ପରେ ଯାତ୍ରୀଙ୍କୁ ଫାଲକନୁମା ଏକ୍ସପ୍ରେସରେ ପଠାଯାଉଛି । ଦକ୍ଷିଣପୂର୍ବ ରେଳେଓ୍ଵର ଜେନେରାଲ ମ୍ୟାନେଜର ପି.ଏସ. ମିଶ୍ର କଣ୍ଟ୍ରୋଲ ରୁମରୁ ଘଟଣା ଉପରେ ନଜର ରଖିଛନ୍ତି । ଦୁର୍ଘଟଣାର କାରଣ ଅନୁଧ୍ୟାନ ପାଇଁ ଘଟଣାସ୍ଥଲକୁ ରେଳ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି। ରେଲୱେ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି। ହାୱଡ଼ା –03326377197, ବାଲେଶ୍ବର – 06782265767, ଖଡ଼ଗପୁର – 03222255897, 0322255751।

derail 2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.