Below header

ଆସନ୍ତା ୩୦ରୁ ଫେବୃଆରୀ ୨ଯାଏ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ୟୁନାଇଟେଡ୍‌ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁବିଏଫ୍‌ୟୁ) ପକ୍ଷରୁ ଚଳିତ ମାସ ୩୧ରୁ ଦୁଇ ଦିନିଆ ଧର୍ମଘଟ କରିବାକୁ ଡାକରା ଦିଆଯାଇଛି। ଭାରତୀୟ ବ୍ୟାଙ୍କ ସଂଘ ସହିତ ବେତନ ସଂଶୋଧନ ଓ ଅନ୍ୟାନ୍ୟ ଦାବିକୁ ନେଇ ହୋଇଥିବା ଆଲୋଚନା ବିଫଳ ହେବା ପରେ ଏହି ଧର୍ମଘଟ କରିବାକୁ ଡାକରା ଦିଆଯାଇଛି। ଧର୍ମଘଟର ଦ୍ବିତୀୟ ଦିନଟି ଅର୍ଥାତ୍ ଫେବ୍ରୁଆରି ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିବେ। ଯଦି ସେହି ଦିନ ଧର୍ମଘଟ ପ୍ରତ୍ୟାହୃତ ନହେବ ତେବେ ବଜେଟ୍ ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବାର ଆଶଙ୍କା ଦେଖାଇଛି।

ବ୍ୟାଙ୍କ ଧର୍ମଘଟ ଯୋଗୁ କ୍ରମାଗତ ଚାରି ଦିନ ବ୍ୟାଙ୍କ ବନ୍ଦ ରହିବା ଭଳି ଆଶଙ୍କା ଦେଖାଦେଇଛି । ଆସନ୍ତା ୩୦ରେ ସରସ୍ବତୀ ପୂଜା ପଡୁଥିବାରୁ ବ୍ୟାଙ୍କ ଛୁଟି ରହିବ। ତେବେ ପୂର୍ବ ନିର୍ଦ୍ଧାରିତ ୩୧ ଓ ଫେବ୍ରୁଆରି ୧ରେ ଧର୍ମଘଟ ହେବ। ଫେବୃଆରୀ ୨ ହେଉଛି ରବିବାର ଯାହା ହେଉଛି ବ୍ୟାଙ୍କ ପାଇଁ ସ୍ବାଭାବିକ ଭାବେ ଏକ ଛୁଟିଦିନ। ଯଦି ଏହି ସମୟ ଭିତରେ ଦାବି ପୂରଣ ନହେବ ତେବେ ଆସନ୍ତା ମାର୍ଚ୍ଚ ୧୧ରୁ ୧୩ ପର୍ଯ୍ୟନ୍ତ ପୁଣି ଧର୍ମଘଟ କରାଯିବ, ଯଦି ଏଥିରେ ‌ବି କୌଣସି ସମାଧାନ ବାଟ ନବାହାରିବ ତେବେ ଆସନ୍ତା ଏପ୍ରିଲ୍‌ ୧ରୁ ଅନିର୍ଦିଷ୍ଟକାଳୀନ ଧର୍ମଘଟ କରାଯିବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.