ପୂର୍ବ ମିସ୍‌ ଇଣ୍ଡିଆଙ୍କ ଅଶ୍ଳୀଳ ଫଟୋ ଭାଇରାଲ, ରୁଜୁ ହେଲା ମାମଲା

ବଲିଉଡ୍‌ ଅଭିନେତ୍ରୀ ଏବଂ ଫେମିନା ମିସ୍‌ ଇଣ୍ଡିଆ ବୁକ୍‌ର ବିଜେତା ନତାଶା ସୁରୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାପରେ ନତାଶା ଫିଲ୍ମ ରେମଡିୟୋଜ ନାମକ ବ୍ୟକ୍ତିଙ୍କ ବିରୁଧରେ ଏଫଆଇଆର୍‌ ଜାରି କରିଛନ୍ତି। ନତାଶା ଅଭିଯୋଗ କରିଛନ୍ତି, ସେ ସୋସିଆଲ ମିଡିଆରେ ମୋ ନାଁ ଟ୍ୟାଗ କରି ଆପତ୍ତିଜନକ ସାମଗ୍ରୀ ପୋଷ୍ଟ କରିଛନ୍ତି। ସୂଚନା ମୁତାବକ ମୁମ୍ବାଇର ଦାଦର ପୋଲିସ ଷ୍ଟେସନରେ ଏହି କେସ୍‌ ଜାରି କରାଯାଇଛି। ନତାଶାଙ୍କ କହିବାନୁଯାୟୀ ଫିଲ୍ମରେ ନିଜର ପୋର୍ଟଲରେ ତାଙ୍କ ନାଁ କୌଣସି ଆଡଲ୍ଟ ପୋଷ୍ଟରେ ଟ୍ୟାଗ କରିଛନ୍ତି।

natasha-ନତାଶାଙ୍କ କହିବାନୁଯାୟୀ ବ୍ୟକ୍ତି ଜଣକ ଏହି ପୋଷ୍ଟ ଅନ୍ୟ ୱେବସାଇଟକୁ ମଧ୍ୟ ପଠାଇଛନ୍ତି। ସୂଚନା ଅନୁଯାୟୀ ଏହି ଘଟଣା ଗତ ନଭେମ୍ବର ୨୦୧୯ରେ ଆରମ୍ଭ ହୋଇଥିଲା। କେହି ଜଣେ ନକଲି ଆର୍ଟିକିଲ୍ସ ଏବଂ ବାର୍ଥରୁମ୍‌ରେ ଚେହେରା ବ୍ଲର କରି ଝିଅମାନଙ୍କ ଫଟୋ ପୋଷ୍ଟ କରିବା ଆରମ୍ଭ କରିଥିଲେ। ସେହି ବ୍ୟକ୍ତି ଜଣକ ଫଟୋରେ ନତାଶା ସୁରୀ ସିଂହଙ୍କ ନାଁ ଦେଇଥିଲେ।

natasha2ରିପୋର୍ଟ ଅନୁଯାୟୀ ନତାଶା ୨୦୦୬ରେ ଫେମିନା ମିସ ଇଣ୍ଡିଆର ବିଜେତା ହୋଇସାରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ନତାଶା ୬୦୦ ରୁ ଅଧିକ ଫ୍ୟାସନ ଶୋ’ରେ ଭାଗ ନେଇସାରିଛନ୍ତି ଏବଂ ଓସ୍କାର ୱେବ ସିରିଜ୍‌ରେ ମଧ୍ୟ ନଜର ଆସିଥିଲେ। ନତାଶା ୨୦୧୬ରେ ‘କିଙ୍ଗ ଲାୟର’ ଏବଂ ୨୦୧୮ରେ ‘ବାବା ବ୍ଲେକ ସିପ୍‌’ରେ ନଜର ଆସିସାରିଛନ୍ତି।

natasha1ସୂଚନା ଅନୁଯାୟୀ ନତାଶା ୱେଷ୍ଟଇଣ୍ଡିଜର ଅଲ୍‌ ରାଉଣ୍ଡର ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ପ୍ଲେୟାର ଡେଓ୍ଵନ ବ୍ରାଭୋଙ୍କ ସହ ରିଲେସନରେ ରହିଥିଲେ। ଉଭୟଙ୍କୁ ମୁମ୍ବାଇର ଏକ ହୋଯେଲରେ ଏକାଠି ଦେଖିବା ପରେ ଏହି ଖବର ଶୁଣିବାକୁ ମିିଳିଥିଲା।