ତାଳଚେର ହାଣ୍ଡିଧୂଆଁରେ ମାଟି ଧସିବା ଘଟଣା: ବଢୁଛି ଗାତର ଗଭୀରତା, ଭୟଭୀତ ଲୋକେ ସ୍ଥାନାନ୍ତର ପାଇଁ ଦାବି କଲେ

ତାଳଚେର (କେନ୍ୟୁଜ୍):  ଦବୁଛି  ମାଟି। ଦୁଇ ଦିନ ହେଲାଣି ତାଳଚେର ହାଣ୍ଡିଧୁଆଁ ଅଞ୍ଚଳରେ ଧସୁଛି ମାଟି ଅତଡା । ସୃଷ୍ଟି ହୋଇଛି ୫୦ ଫୁଟର ଗାତ । ଗଭୀର ବି ସେମିତି । ତାଳଚେର ଦେଉଳବେଡ଼ା ତେଲିସାହିରେ ଏହି ଘଟଣା ଦେଖିବାକୁ ମିଳିଛି । ଗତକାଲି ପ୍ରାୟ ୫୦ ଫୁଟ ମାଟି ଦବିବା ପରେ ଆଜି ମଧ୍ୟ ମାଟି ଦବୁଥିବା ଦେଖା ଦେଇଛି । ଏହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ । ଘଟଣାସ୍ଥଳରେ ଏମସିଏଲର ପଦାଧିକାରୀ ଓ କଲିୟରି ପୋଲିସ ଅନୁଧ୍ୟାନ ଚଳାଇଛନ୍ତି । ସେଠାକୁ ପ୍ରବେଶ ଉପରେ କଟକଣା ଜାରି କରିଛି ସ୍ଥାନୀୟ ପ୍ରଶାସନ । ବାରିକେଡ ଦ୍ୱାରା ଘଟଣାସ୍ଥଳକୁ ଘେରାଯାଇଛି । ସେଠାକୁ ଯିବା ପାଇଁ ଲୋକଙ୍କୁ ବାରଣ କରିଛି ପ୍ରଶାସନ ।

ଭିତରକୁ ଆହୁରି ଦବି ଚାଲିଛି ଓ ଗାତ ଏବେ ୫୦ ଫୁଟରୁ ଅଧିକ ହୋଇଗଲାଣି । ଏପଟେ ଆଖପାଖ ଗାଁ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସେଠାରୁ ସ୍ଥାନାନ୍ତର କରିବା ପାଇଁ ସେମାନେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.