Below header

ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌କୁ କିଣିଲା ବାଇଜୁସ୍‌, ୭୩୦୦ କୋଟିରେ ଫାଇନାଲ ହେଲା ଡିଲ୍‌

ପ୍ରବେଶିକା ପରୀକ୍ଷା ପ୍ରସ୍ତୁତିର ସବୁଠୁ ବଡ଼ ସଂସ୍ଥା ଆକାଶ ଏଜୁକେସନାଲ୍ ସର୍ଭିସେସ୍‌ ଲିମିଟେଡ୍‌ (ଇଏଏସ୍‌ଏଲ୍‌)କୁ କିଣିଲା ଦେଶର ଶିକ୍ଷା କ୍ଷେତ୍ରର ସବୁଠୁ ବଡ଼ ଅନଲାଇନ ଷ୍ଟାର୍ଟ ଅପ୍ କମ୍ପାନୀ ବାଇଜୁସ୍। ଆକାଶକୁ ବାଇଜୁସ୍ ୭୩୦୦ କୋଟି ଟଙ୍କାରେ କିଣିଥିବା ଜଣାଯାଇଛି। ଏହି ଅଧିଗ୍ରହଣ ପରେ ବି ଆକାଶ ଏକ ଅଲଗା ସଂସ୍ଥା ଭାବେ ପରିଚାଳିତ ହେବ। ଏହାର ପ୍ରତିଷ୍ଠାତା ଆକାଶ ଚୌଧୁରୀ ଓ ଜେ ସି ଚୌଧୁରୀ ପୂର୍ବଭଳି ଏହାର ପରିଚାଳନା ଦାୟିତ୍ବରେ ରହିବେ। ଏହି ବୁଝାମଣା ପରେ ବାଇଜୁସ୍‌ର ଅଂଶଧନ ଆକାଶର ପ୍ରତିଷ୍ଠାତା ଓ ବ୍ଲାକ୍‌ଷ୍ଟୋନ୍‌କୁ ପ୍ରଦାନ କରାଯାଇଛି।


ଏହି ବୁଝାମଣା ପରେ ବାଇଜୁସ୍‌ର ମୂଲ୍ୟ ପ୍ରାୟ ୧୩ ଅରବ ଡଲାର ବା ପାଖାପାଖି ୯୫,୦୦୦ କୋଟି ହୋଇଛି। ବାଇଜୁସ୍‌ର ନିବେଶକଙ୍କ ମଧ୍ୟରେ ମେରି ମିକର, ୟୁରୀ ମିନର, ଚାନ୍‌ ଜୁକରବର୍ଗ ଇନିସିଏଟିଭ୍‌, ଟେନ୍‌ସେଣ୍ଟ, ସିକ୍ୱୋୟା କ୍ୟାପିଟାଲସ ଓ ଟାଇଗର ଗ୍ଲୋବାଲ ସମେତ କେତେକ ଅନ୍ୟ ସଂସ୍ଥା ବି ରହିଛି।

ଆକାଶ ଚୌଧୁରୀଙ୍କ କହିବାନୁସାରେ, ଏହା ଭାରତରେ ଶିକ୍ଷା କ୍ଷେତ୍ରରେ ଓ ବିଶେଷ ଭାବେ ଷ୍ଟାର୍ଟଅପ୍‌ କ୍ଷେତ୍ରରେ ସବୁଠୁ ବଡ଼ ସହବନ୍ଧିତା। କୋଭିଡ୍‌-୧୯ ଯୋଗୁ ଅନ୍‌ଲାଇନ୍‌ ଶିକ୍ଷା ଉପରେ ସମସ୍ତେ ଗୁରୁତ୍ୱ ଦେଉଛନ୍ତି ଓ ଆମେ ବି ବିଶ୍ୱାସ କରୁଛୁ ଯେ ଏହା ଦ୍ୱାରା ପରୀକ୍ଷା ପ୍ରସ୍ତୁତି ସହ ଉଚ୍ଚ ଶିକ୍ଷାରେ ମଧ୍ୟ ପିଲାଙ୍କୁ ସାହାଯ୍ୟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.