ସୁଟ୍ ସମୟରେ ମସ୍ତି କରୁଥିବାର ନଜର ଆସିଲେ ମୁମ୍ବାଇ ଇଣ୍ଡିଆନ୍ସର ଏହି ୩ ଖେଳାଳି, ଦେଖନ୍ତୁ ଭିଡିଓ

ଆଇପିଏଲ୍ ଚାମ୍ପିଅନ ଟ୍ରଫିକୁ ୫ ଥର ନିଜ ନାମରେ କରିସାରିଛି ମୁମ୍ବାଇ ଇଣ୍ଡିଆନ୍ସ। ଏପ୍ରିଲ ୯ ତାରିଖରୁ ଆରମ୍ଭ ହେଉଥିବା ଆଇପିଏଲ୍ ସିଜିନ ୧୪ର ପ୍ରଥମ ମ୍ଯାଚ ଆରସିବି ସହିତ ମୁମ୍ବାଇ ଇଣ୍ଡିଆନ୍ସର ରହିଛି। ଆଇପିଏଲ ୨୦୨୧ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ୩ ଧୁରନ୍ଧର ଏକ ଆଡ ସୁଟ କରିବା ସମୟରେ ମସ୍ତି କରୁଥିବାର ନଜର ଆସିଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ନିଜେ ଏହି ଭିଡିଓକୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯେଉଁଥିରେ ରୋହିତଙ୍କ ସହିତ ହାର୍ଦ୍ଦିକ ପାଣ୍ଡ୍ଯା ଏବଂ ସୂର୍ଯ୍ଯକୁମାର ଯାଦବ ମଧ୍ୟ ମସ୍ତି କରୁଥିବାର ନଜର ଆସିଛନ୍ତି।

 

View this post on Instagram

 

A post shared by Rohit Sharma (@rohitsharma45)

ଗତବର୍ଷ ଦୁବାଇରେ ହୋଇଥିବା ଆଇପିଏଲ ଟ୍ରଫିକୁ ନିଜ ନାମରେ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ଇଣ୍ଡିଆନ୍ସରେ ସୂର୍ଯ୍ଯକୁମାର ଯାଦବ ଏବଂ ଈଶାନ କିଶନ ବେଶ୍ ଦମଦାର ଖେଳାଳି ହୋଇଥିବା ବେଳେ ପାଣ୍ଡ୍ଯା ଭାଇ ଏବଂ ପୋଲର୍ଡ ଦମଦାର ବ୍ଯାଟ୍ସମ୍ଯାନ ରହିଛନ୍ତି। ଏହାଛଡା ବୋଲିଂରେ ବୁମରାହ ଏବଂ ବୋଲ୍ଟ, କୁଲଟର ନାଇଲଙ୍କ ଭଳି ବୋଲର ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.