Below header

ପୁରୀରେ ୧୨ ରାଜ୍ୟର ପର୍ଯ୍ୟଟକଙ୍କୁ କଟକଣା: ଏଣିକି ଷ୍ଟେସନରେ ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଆଣ୍ଟିଜେନ୍‌ ଟେଷ୍ଟ ବାଧ୍ୟତାମୂଳକ

ପୁରୀ: ପୁରୀରେ ୧୨ ରାଜ୍ୟର ପର୍ଯ୍ୟଟକଙ୍କୁ କଟକଣା । ଏଣିକି ପୁରୀ ଆସିଲେ ଷ୍ଟେସନରେ ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଆଣ୍ଟିଜେନ୍‌ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ପଜଟିଭ୍‌ ଚିହ୍ନଟ ହେଲେ ଏମାନଙ୍କୁ ଆଇସୋଲେସନରେ ରଖାଯିବ ।

ହୋଟେଲ କିମ୍ବା ଧର୍ମଶାଳାରେ ରହିବାକୁ ହେଲେ ୭୨ ଘଣ୍ଟା ପୂର୍ବର RT-PCR ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯିବ ବୋଲି ପୁରୀ ପ୍ରଶାସନ ନିଷ୍ପତ୍ତି ନେଇଛି । ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, କେରଳ ଓ ଗୁଜରାଟ ପ୍ରମୁଖ ରାଜ୍ୟର ପର୍ଯ୍ୟଟକମାନେ ନେଗେଟିଭ୍‌ ରିପୋର୍ଟ ନ ଆଣିଲେ ୭ ଦିନିଆ ହୋମ୍‌ ଆଇସୋଲେସନ୍‌ରେ ରହିବେ ।

ଗତକାଲି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଜିଲ୍ଲାରେ କରୋନା ସ୍ଥିତି ସମୀକ୍ଷା କରିବା ପରେ ଆଜି ସକାଳୁ ଜିଲ୍ଲାପାଳ ସଦର ମୁଖ୍ୟ ଚିକିତ୍ସାଳୟ, ରେଳଷ୍ଟେସନ ସମେତ ଅନ୍ୟାନ୍ୟ ଼ଅଞ୍ଚଳ ବୁଲି ଦେଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.