କାମାକ୍ଷାନଗର ଆଳତୁମା ଗାଁରେ କୂଅ ଖୋଳୁଥିବା ବେଳେ ଅଘଟଣ: ମାଟି ଅତଡା ତଳେ ଚାପିହୋଇ ରହିଛନ୍ତି ଶ୍ରମିକ

କାମାକ୍ଷାନଗର: କୂଅ ଖୋଳୁଥିବା ବେଳେ ଅଘଟଣ । ଅତଡା ଖସିବାରୁ ଜଣେ ଶ୍ରମିକ ଚାପିହୋଇ ରହିଛନ୍ତି । ଶ୍ରମିକ ଜଣଙ୍କ ହେଲେ ଦିଗୁଡିଆ ସାହିର ଧୂଳିଆ ମଲ୍ଲୀକ । ଢେଙ୍କାନାଳ କାମାକ୍ଷାନଗର ଥାନା ଆଳତୁମା ଗାଁରେ ଏହି ଅଘଟଣ ଘଟିଛି।

କାମାକ୍ଷାନଗର ଅଗ୍ନୀଶମ ବାହିନୀ ପହଞ୍ଚି ୩ଟି ଜେସିବି ମେସିନ୍‌ ସାହାର୍ଯ୍ୟାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆଜି ସକାଳୁ କାମାକ୍ଷାନଗର ଦିଗୁଡ଼ିଆ ସାହିର ୫ ଜଣ ଶ୍ରମିକ କୂଅ ଖୋଳିବାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଧୁଳିଆ ମଳିକ କୂଅ ଭିତରେ ଫସିଯାଇଥିଲେ । ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.