ATM ରୁ କ୍ଯାଶ ବାହାର କରିବା ସମୟରେ ଚିରାଫଟା ନୋଟ ବାହାରିଲେ କ’ଣ କରିବେ ? ପଢନ୍ତୁ ଏହି ଖବର

ଏଟିଏମରୁ କ୍ଯାଶ କାଢିବା ସମୟରେ ଚିରାଫଟା ନୋଟ୍ ବାହାରିଲେ କ’ଣ କରିବା ଦରକାର ? ହୁଏତ ଅଧିକାଂଶ ଲୋକଙ୍କୁ ଏହି ପ୍ରଶ୍ନର ଉତ୍ତର ଜଣାନଥିବ। ଏପରି ଅଜାଣତରେ ଅନେକ ଲୋକ ନିଜର ହିଁ କ୍ଷତି କରିବସନ୍ତି। ଏହାକୁ ଫେରାଇବା ପାଇଁ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । କାରଣ ଅନେକ ବ୍ୟାଙ୍କ ଏମିତି ନୋଟ୍ ଶୀଘ୍ର ବଦଳାଇବା ପାଇଁ ପ୍ରସ୍ତୁତ ହୁଅନ୍ତି ନାହିଁ । ଯଦି ଆପଣଙ୍କ ସହିତ ମଧ୍ୟ ଏମିତି ଘଟିଛି ତେବେ ଚିନ୍ତା କରିବା ଆବଶ୍ୟକ ନାହିଁ । ଏହାକୁ ଆରବିଆଇ ଗାଇଡଲାଇନ୍ସ ଅନୁସାରେ ଆପଣ ଏହାକୁ ସହଜରେ ବଦଳାଇଦେଇପାରିବେ । କିନ୍ତୁ ଏହି ଖବର ପଢିବା ପରେ ଆପଣ ଜାଣିପାରିବେ କ’ଣ କରିବେ।

ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମ ଅନୁସାରେ ଯଦି ଏଟିଏମରୁ ଆପଣଙ୍କୁ ଚିରା ଫଟା ନୋଟ୍ ମିଳୁଛି ତେବେ ଆପଣ ସହଜରେ ଏହାକୁ ବଦଳାଇଦେଇପାରିବେ । ନୋଟ ଏକ୍ସଚେଞ୍ଜ କରିବା ସମୟରେ ଆପଣଙ୍କୁ କିଛି ସମସ୍ୟା ହେବନି । କାରଣ ୨୦୧୭ର ଗାଇଡଲାଇନ୍ ଅନୁସାରେ କୌଣସି ବି ସରକାରୀ ବ୍ୟାଙ୍କ ନୋଟ୍ ବଦଳାଇବା ପାଇଁ ମନା କରିପାରିବେନି ।

ଚିରା ଫଟା ନୋଟ୍ ବଦଳାଇବା ପାଇଁ ଗ୍ରାହକଙ୍କୁ ସେହି ବ୍ୟାଙ୍କରେ ଆପ୍ଲିକେସନ ଦେବାକୁ ହେବ ଯେଉଁ ବ୍ୟାଙ୍କର ଏଟିଏମରୁ କ୍ୟାଶ୍ ବାହାରିଛି । ଆପ୍ଲିକେସନରେ ପଇସା ବାହାର କରିବାର ତାରିଖ, ସମୟ ଓ ଏଟିଏମର ଲୋକେସନ ଲେଖିବାକୁ ହେବ । ଏହା ସହିତ ପଇସା ବାହାର କରିବାର ସ୍ଲିପ୍ ଯଦି ନାହିଁ ତେବେ ଆପଣଙ୍କୁ ମୋବାଇଲକୁ ଆସିଥିବା ମେସେଜ୍ ଡିଟେଲ୍ ଦେଖାଇବାକୁ ହେବ ।

note
photo credit: Tezzbuzz

ଗ୍ରାହକଙ୍କ ତରଫରୁ ଆବେଦନପତ୍ର ଦେବା ପରେ ସମ୍ବନ୍ଧିତ ବ୍ୟାଙ୍କ ଅଧିକାରୀ ଆପଣ ଆକାଉଣ୍ଟର ଡିଟେଲ୍ସ ଚେକ୍ କରିବେ । ସମସ୍ତ ସୂଚନାକୁ ଭେରିଫାଏ କରିବା ପରେ ଆପଣଙ୍କ ଅଭିଯୋଗ ରେଜିଷ୍ଟର କରିନିଆଯିବ ଏବଂ ଆପଣଙ୍କଠୁ ଚିରା ଫଟା ନୋଟ୍ ନେଇ ତା ବଦଳରେ ଆପଣଙ୍କୁ ଭଲ ନୋଟ୍ ଦିଆଯିବ । ଏହି ପ୍ରକ୍ରିୟା ମାତ୍ର କିଛି ମିନିଟ ଲାଗି ବ। ଆରବିଆଇ ଗାଇଡଲାଇନ ଅନୁସାରେ ଯଦି କୌଣସି ବି ବ୍ୟାଙ୍କ ଚିରା ଫଟା ନୋଟ୍ ବଦଳାଇବାକୁ ମନା କରୁଛି ତେବେ ବ୍ୟାଙ୍କ କର୍ମଚାରୀ ବା ସମ୍ବନ୍ଧିତ ବ୍ୟାଙ୍କ ବିରୁଦ୍ଧରେ ଅଭିଯୋଗ କରିହେବ । ଏମିତି କରିବା ଫଳରେ ବ୍ୟାଙ୍କ ଉପରେ ୧୦ ହଜାର ଟଙ୍କାର ଜୋରିମାନା ଲାଗିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.