୩ଡି ଶୋ’ ମାଧ୍ୟମରେ Rajasthan Royals ଲଞ୍ଚ୍ କଲା ଜର୍ସି, ଦେଖନ୍ତୁ ନୂଆ ଡ୍ରେସ୍ର ଲୁକ୍

ରାଜସ୍ଥାନ ରୟାଲ୍ସ ଆଇପିଏଲ୍ ୨୦୨୧ ସିଜନ୍ ପାଇଁ ନୂଆ ଜର୍ସି ଲଞ୍ଚ୍ କରିଛି। ସୋମବାର ସବାଇ ମାନ୍ ସିଂହ ଷ୍ଟାଡିୟମ୍ରେ ୩ଡି ପ୍ରୋଜେକ୍ସନ୍ ଓ ଲାଇଟ୍ ଶୋ’ ମଧ୍ୟରେ ଏହି ଜର୍ସି ଲଞ୍ଚ୍ କରାଯାଇଛି। ଷ୍ଟାଡିୟମ୍ରୁ ଏହି ଶୋ’ର ଲାଇଭ୍ ପ୍ରସାରଣ କରାଯାଇଥିଲା। ଏହି ଶୋ’କୁ ସାରା ବିଶ୍ୱବାସୀଙ୍କ ସମେତ ମୁମ୍ବାଇରେ ବାୟୋବବଲ୍ସରେ ଥିବା ଟିମ୍ର ଖେଳାଳିମାନେ ମଧ୍ୟ ଦେଖିଛନ୍ତି।
ଟିମ୍ ତରଫରୁ ଏକ ବୟାନ ଜାରି କରାଯାଇ କୁହାଯାଇଛି, ଶୋ’ର ଆରମ୍ଭ ସବାଇ ମାନସିଂହ ଷ୍ଟାଡିୟମ୍ର ସାଜସଜ୍ଜା ସହ ହୋଇଛି। ଲାଇଭ୍ ଶୋ’ ପାଇଁ ସ୍କ୍ରିନ୍ ଲଗାଯାଇଛି ଓ ଏଥିରେ ଷ୍ଟାଡିୟମ୍, ସହର ଓ ରାଜସ୍ଥାନର ଭିଡିଓ ଦେଖିବାକୁ ମିଳିଛି। ରାଜସ୍ଥାନର ଖେଳାଳି ନୂଆ ଚ୍ୟାଲେଞ୍ଜ ପାଇଁ ଜର୍ସି ପିନ୍ଧି ୩ ଡି ପ୍ରୋଜେକ୍ଟରେ ନଜର ଆସିଥିଲେ। ଏହି ଜର୍ସି ଗୋଲାପୀ ଓ ନୀଳ ରଙ୍ଗର।
Starring Rajasthani block prints. Forged for a cause. 💪🏻
The new Royals matchday kit, more than just a jersey. 💗👇🏼#HallaBol | #RoyalsFamily | #IPL2021 pic.twitter.com/BFxebKxn0o
— Rajasthan Royals (@rajasthanroyals) April 5, 2021
ସୂଚନାଯୋଗ୍ୟ ଯେ, ରାଜସ୍ଥାନ ୨୦୦୮ରେ ଆଇପିଏଲ୍ର ପ୍ରଥମ ସିଜନ୍ର ବିଜେତା ଥିଲା। କିନ୍ତୁ ଚଳିତଥର ରାଜସ୍ଥାନର ଘରୋଇ ଷ୍ଟାଡିୟମ୍ରେ କୌଣସି ମ୍ୟାଚ୍ ହେବ ନାହିଁ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଚଳିତ ବର୍ଷ ଆଇପିଏଲ୍ ମ୍ୟାଚ୍ ୬ଟି ସହରରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।