ଥାନା ଭିତରେ ପୋଲିସ୍ ବାବୁଙ୍କ ନାଗିନ୍ ଡ୍ୟାନ୍ସ , ଭାଇରାଲ୍ ହେଉଛି ଭିଡିଓ

ଯାଜପୁର ରୋଡ : ଥାନା ଭିତରେ ନାଗିନ୍ ଡ୍ୟାନ୍ସ । ଭାଇରାଲ୍ ହେଉଛି ଥାନା ଅଧିକାରୀଙ୍କ ନାଗିନ୍ ଡ୍ୟାନ୍ସ। ଯାଜପୁର ପାଣିକୋଇଲି ଥାନା ଭିତରେ ହୋଲି ଦିନ ଥାନାରେ କାର୍ଯ୍ୟରତ କର୍ମଚାରୀ ମାନଙ୍କର ଡ୍ୟାନ୍ସ ଭିଜୁଆଲ ଭାଇରାଲ୍ ହେବାରେ ଲାଗିଛି। ଗୀତରେ ଝୁମିଲେ ପୋଲିସ କର୍ମଚାରୀ ।

ସୂଚନା ଅନୁଯାୟୀ, ଭାଇରାଲ୍ ଭିଡିଓରେ ପାଣିକୋଇଲି ଥାନାରେ କାର୍ଯ୍ୟରତ କିଛି ପୋଲିସ୍‌ ମନ ଖୋଲି ଥାନା ଭିତରେ ଡ୍ୟାନ୍ସ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ପୋଲିସକୁ ବିବାଦ ମଧ୍ୟରୁ ଠେଲିଦେଇଛି । ପୋଲିସ୍‌ ଭଳି ଶୃଙ୍ଖଳିତ ବିଭାଗରେ ପୋଷାକରେ ଥାଇ ଥାନା ଭିତରେ ନାଗିନ୍‌ ଡ୍ୟାନ୍ସରେ ବାବୁମାନେ ଯେଭଳି ନୃତ୍ୟ ପ୍ରଦର୍ଶନ କରିଛନ୍ତି, ତାହା ଏକ ଶୃଂଖଳିତ ବିଭାଗର ଭାବମୂର୍ତ୍ତିର ଅବକ୍ଷୟ ବୋଲି କୁହାଯାଉଛି।

ଏସ୍‌ପି ଅଫିସ୍‌ ସମ୍ମୁଖରେ ଅବସ୍ଥିତ ପାଣିକୋଇଲି ଥାନା ପରିସରରେ ହୋଲି ଦିନ ନାଗିନ ଡ୍ୟାନ୍ସରେ କର୍ମଚାରୀମାନେ ନାଚ କରୁଥିବା ଦେଖିବାକୁ ମିଳିଥିଲା । ଆଇଆଇସିଙ୍କ ଠାରୁ ହୋମଗାର୍ଡ ପର୍ଯ୍ୟନ୍ତ ମସଗୁଲ ହୋଇ ଗୀତରେ ନାଚିଥିଲେ । ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.