Below header

ରାଜନଗର ବଡଦାଣ୍ଡରେ ଭୟାବହ ଅଗ୍ନିକାଣ୍ଡ, ୧୬ ବଖରା ଘର ପୋଡି ପାଉଁଶ

ଅଗ୍ନିଶମ ଗାଡିକୁ ଦୀର୍ଘ ୪ ଘଣ୍ଟା ଧରି ଅଟକ ରଖିବା ସହ ମୁଖ୍ୟ ରାସ୍ତାକୁ ଅବରୋଧ କଲେ ଗ୍ରାମବାସୀ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବଡଦାଣ୍ଡରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୬ ବଖରା ଘର ପୋଡି ପାଉଁଶ ହୋଇ ଯାଇଛି । ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଧାନ ଚାଉଳ ଠାରୁ ଆରମ୍ଭ କରି ଘରେ ଯାହା ଆସଭାବ ପତ୍ର ଥିଲା ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇ ଯାଇଛି । ନିଆକୁ ଆୟତ କରିବା ପାଇଁ ଗ୍ରାମବାସୀ ମାନେ ବିଦ୍ୟୁତ୍ ବିଭାଗ ଏବଂ ଏବଂ ଅଗ୍ନିଶମ ବାହିନୀକୁ ଯୋଗା ଯୋଗ କରିଥିଲେ ମଧ୍ୟ କେହି ଫୋନ ରିସିଭି କରିନଥିଲେ । ଫଳରେ ଗ୍ରାମବାସୀ ମାନେ ତାଙ୍କ ନିକଟରେ ପହଞ୍ଚି ଡାକି ନେଇ ଆସିବା ବେଳକୁ ୧୬ ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା ।

ଏହାକୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଅଗ୍ନିଶମ ଗାଡିକୁ ଦୀର୍ଘ ୪ ଘଣ୍ଟା ଅଟକ ରଖିବା ସହ ରାଜନଗର ଭିତରକନିକା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିବା ବେଳେ ଅଗ୍ନିଶମ ଗାଡି ମଧ୍ୟ ଛାଡିଛନ୍ତି ଉତ୍ୟକ୍ତ ଲୋକେ । ତୁରନ୍ତ ଅଗ୍ନିବିପନ୍ନ ପରିବାରକୁ ସାହାଯ୍ଯ ସହଯୋଗ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.