Below header

ବଦଳିବ ଭାରତୀୟ ସେନାଙ୍କ ଭର୍ତ୍ତି ପ୍ରକ୍ରିୟା; ଶୀଘ୍ର ଲାଗୁ ହେବ ଅଗ୍ନିପଥ ପ୍ରବେଶ ଯୋଜନା, ୩ ବର୍ଷ ପାଇଁ ସେନାରେ ସାମିଲ ହୋଇପାରିବେ ଯୁବକ

ନୂଆଦିଲ୍ଲୀ : ଭାରତୀୟ ସେନାରେ ସାମିଲ ହେବାକୁ ଚାହୁଁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଖୁବ୍ ଶୀଘ୍ର ଭାରତୀୟ ସେନାରେ ନିଯୁକ୍ତି ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏଥିପାଇଁ ନରେନ୍ଦ୍ର ମୋଦୀ ସରକାର ‘ଅଗ୍ନିପଥ ପ୍ରବେଶ ଯୋଜନା’ ଆଣିବାକୁ ଯାଉଛନ୍ତି। ଏହି ନୂତନ ବ୍ୟବସ୍ଥା ଅଧୀନରେ ସେବାରେ ଥିବା ସୈନିକମାନଙ୍କୁ ‘ଅଗ୍ନିବୀର’ କୁହାଯିବ ଏବଂ ସୈନିକମାନେ ମାତ୍ର ତିନି ବର୍ଷ ସେବା କରିବା ପରେ ସେନାବାହିନୀରୁ ଓହରିଯିବେ ଏବଂ ସେମାନେ ସିଭିଲ୍ ସେକ୍ଟରରେ ଚାକିରି କରିବାକୁ ଚେଷ୍ଟା କରିବେ। କୁହାଯାଉଛି ଯେ, ବର୍ତ୍ତମାନ ସରକାର କେବଳ ୩ ବର୍ଷ ପାଇଁ ଅଗ୍ନିବୀରଙ୍କୁ ଚୟନ କରିବେ। ଏହି ସମୟରେ, ସେମାନଙ୍କୁ ବିଭିନ୍ନ କ୍ଷେତ୍ରର କଠିନ ଆହ୍ଵାନ ଦେଇ ଗତି କରିବାକୁ ପଡିବ।

ତେବେ ଏହି ଅଗ୍ନିବୀର ଯୋଜନା ୨ ବର୍ଷ ପୂର୍ବେ ଆରମ୍ଭ କରିବାକୁ ପ୍ରାରମ୍ଭିକ ସ୍ତରରେ ଆଲୋଚନା ହୋଇଥିଲା । ଯେତେବେଳେ ଟୁର ଅଫ୍ ଡ୍ୟୁଟି ଯୋଜନା ବାବଦରେ ଚର୍ଚ୍ଚା ହେଉଥିଲା । ଏଥିରେ ଯୁବକ ମାନଙ୍କୁ ସେନାରେ ସିମିତ ଅବଧି ପାଇଁ ସାମିଲ କରାଯାଏ ଏବଂ ପ୍ରଶିକ୍ଷଣ ଦିଆଯାଏ । ଏହାଛଡା ଏମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଏ । ଏହାଦ୍ୱାରା ସେନା ପାଖରେ କୌଣସି ଜରୁରୀକାଳୀନ ସ୍ଥିତିରେ ପ୍ରଶିକ୍ଷିତ ସୈନ୍ୟଙ୍କର ଯେପରି ଅଭାବ ନଥିବ ।

ଗତ ୨ ବର୍ଷ ହେବ ମହାମାରୀ କାରଣରୁ ସେନାରେ ନିଯୁକ୍ତି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ରିପୋର୍ଟ ଅନୁଯାୟୀ, ଏବେ ସେନାରେ ୧.୨୫ ଲକ୍ଷ ପଦବୀ ଫାଙ୍କା ରହିଛି । ତେଣୁ ଏହି ଅଗ୍ନିପଥ ଯୋଜନା ମାଧ୍ୟମରେ ଫାଙ୍କା ପଡିଥିବା ପଦବୀରେ କିଛି ସୈନିକଙ୍କୁ ସାମିଲ କରାଯାଇପାରିବ । ସବୁଠୁ ବଡ କଥା ହେଲା, ଏହାଦ୍ୱାରା ଦରମା, ପେନସନ ବାବଦକୁ କୋଟି କୋଟି ଟଙ୍କା ବଞ୍ଚିଯିବ । ତେବେ ଏନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ମଧ୍ୟ ଖୁବଶୀଘ୍ର ସରକାର ଏବାବଦରେ ବଡ ନିଷ୍ପତ୍ତି ନେଇପାରନ୍ତି ।

ପ୍ରାରମ୍ଭିକ ଯୋଜନା ଅନୁଯାୟୀ ଏପର୍ଯ୍ୟନ୍ତ ତିନି ବର୍ଷ ପରେ ସୈନିକମାନେ ସେନା ଛାଡି ସିଭିଲ୍ ଚାକିରୀକୁ ଯାଇପାରିବେ। ଗତ କିଛି ବର୍ଷ ମଧ୍ୟରେ, ଅନେକ କର୍ପୋରେଟ୍ କମ୍ପାନୀ ଏହିପରି କର୍ମଚାରୀ ନିଯୁକ୍ତି ପାଇଁ ଆଗ୍ରହ ଦେଖାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.