କିଏ ହେବେ ବ୍ରହ୍ମପୁର ଡେପୁଟି ମେୟର? ଆଶାୟୀ ତାଲିକାରେ ବିଜେଡିର ୬ କର୍ପୋରେଟର

ବ୍ରହ୍ମପୁର(କେନ୍ୟୁଜ୍): ଏବେ ପାଳି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ। ଆଜି ହେବ ନିର୍ବାଚନ । ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରି ଥିବାରୁ ବିଜେଡି ହାତେଇବ ଏହି ପଦବୀ। ଆଶାୟୀ ତାଲିକାରେ ଅଛନ୍ତି ବିଜେଡିର ୬ କର୍ପୋରେଟର। ତେବେ ଏନେଇ ମୁହଁ ଖୋଲୁ ନାହାନ୍ତି ଦଳୀୟ ନେତା।

ଆଜି ବିଜେଡି କର୍ପୋରେଟରମାନେ ଠାକୁରାଣୀଙ୍କ ମନ୍ଦିରରେ ପୂଜା କରି ନିଗମ କାର୍ଯ୍ୟାଳୟରେ ପ୍ରବେଶ କରିବେ। ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ, ୧୧ଟାରୁ ୧୨ଟା ମଧ୍ୟରେ ଯାଞ୍ଚ ଓ ଅପରାହ୍ନ ଗୋଟାଏ ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ। ୧ଟା ୩୦ରୁ ୩ଟା ୩୦ ମଧ୍ୟରେ ନିର୍ବାଚନ ଶେଷ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.