Below header

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପୁଣି ହ୍ରାସ : ପ୍ରଥମ ଥର ୭୦ ଟଙ୍କା ଟପିଲା ବିନିମୟ ମୂଲ୍ୟ

ନୂଆଦିଲ୍ଳୀ : ଆମେରିକା ମୁଦ୍ରା ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପୁଣି ହ୍ରାସ ପାଇଛି। ପ୍ରଥମ ଥର ପାଇଁ ୭୦ ଟଙ୍କା ଟପିଛି ବିନିମୟ ମୂଲ୍ୟ। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଆଜି ୭୦ ଟଙ୍କା ୮ ପଇସାରେ ପହଞ୍ଚିଛି। ଟଙ୍କାର କାରବାର ଆଜି ଡଲାର ତୁଳନାରେ ୬୯ ଟଙ୍କା ୮୪ ପଇସାରୁ ଆରମ୍ଭ ହୋଇଥିଲା। ଏହା ପରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ପାଇବାରେ ଲାଗିଲା। ଏବେ ଏହା ୭୦ଟଙ୍କା ୮ ପଇସାରେ ପହଞ୍ଚିଛି। ଗତକାଲି ୬୯ ଟଙ୍କା ୯୩ ପଇସାରେ ବନ୍ଦ ହୋଇଥିଲା। ୨୦୧୩ ସେପ୍ଟେମ୍ବର ୩ ପରେ ଏହା ହେଉଛି ସବୁଠାରୁ ବଡ଼ ହ୍ରାସ। ସେତେବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୬୮ ଟଙ୍କା ୮୪ ପଇସାକୁ ଖସି ଯାଇଥିଲା । ତୁର୍କୀରେ ବାରମ୍ବାର ମୁଦ୍ରାର ମୂଲ୍ୟ ହ୍ରାସ ପ୍ରମୁଖ କାରଣ ବୋଲି କୁହାଯାଉଛି । ଏହା ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.