୧୪ ଅଗଷ୍ଟ ରାତି ୧୨ଟା ପରେ ଦେଶରେ ହେବାକୁ ଯାଉଛି ଏହି ୫ଟି ପରିବର୍ତ୍ତନ

୭୨ତମ ସ୍ବାଧିନତା ଦିବସରେ ସାଧାରଣ ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ତାଙ୍କ ଦୈନନ୍ଦିନ ଜୀବନ ସହ ଜଡ଼ିତ ରହିଛି। ଏହା ମଧ୍ୟରେ ସବୁଠୁ ମହତ୍ତ୍ବପୂର୍ଣ୍ଣ ହେଉଛି ଟ୍ରେନ୍ ସମୟରେ ପରିବର୍ତ୍ତନ। ଯେଉଁ ବ୍ୟକ୍ତି ପ୍ରତିଦିନ ଟ୍ରେନରେ ଯିବା ଆସିବା କରୁଛନ୍ତି ବା ଅଗଷ୍ଟ ୧୫ ପରେ ଯାତ୍ରା କରିବା ପାଇଁ ଚିନ୍ତା କରୁଛନ୍ତି ତେବେ ତାଙ୍କୁ ଏହି ନୂଆ ସମୟ ବିଷୟରେ ଅବଗତ ରହିବା ଆବଶ୍ୟକ।

ଟ୍ରେନ୍ ସମୟ ଅଦଳବଦଳ:

ପ୍ରତିବର୍ଷ ୧ ଅଗଷ୍ଟରେ ଟ୍ରେନର ନୂଆ ଟାଇମ ଟେବଲ ଲାଗୁ କରାଯାଇଥାଏ କିନ୍ତୁ ଚଳିତ ବର୍ଷ ଏହାକୁ ୧୫ ଅଗଷ୍ଟ ଅର୍ଥାତ୍ ସ୍ବାଧିନତା ଦିବସ କରାଯାଇଛି। ଏବେ ଟ୍ରେନ୍ ଏଟ୍ ଏ ଗ୍ଲାସ୍ ରେ ଏହାର ବଦଳିଥିବା ସମୟ ପାଇପାରବେ। ଏହା ଦ୍ବାରା କାନପୁରରୁ ଯାତାୟତା କରୁଥିବା ୧୧ଟି ଟ୍ରେନର ସମୟ ବଦଳିବା ସହ ରାୟପୁର ରେଳ ମଣ୍ଡଳର ପାଖାପାଖି ୧୨ଟି ଟ୍ରେନ ଟାଇମରେ ୫ରୁ ୧୫ମିନିଟର ପୂର୍ବରୁ ଯିବ। ଯେଉଁ ଷ୍ଟେସନ ଗୁଡ଼ିକର ଟ୍ରେନ ୫-୧୦ ମିନିଟ ରହୁଥିଲା ସେହି ସମୟକୁ ବର୍ତ୍ତମାନ କମ କରାଯାଇଛି।

ଆୟୁଷମାନ ଭାରତ ସ୍କ୍ରିମ୍ :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁ ଚର୍ଚ୍ଚତ ଯୋଜନା ଆୟୁଷମାନ ଭାରତ ମଧ୍ୟ ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଯାଉଛି। ତେବେ ଏହାକୁ କେବଳ ୧୨-୧୫ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି। ଯୋଜନାର ପ୍ରଥମ ଦିନରେ ହିଁ ରୋଗୀମାନେ ନିର୍ଦ୍ଦିଷ୍ଟ ଡ଼ାକ୍ତରଖାନାକୁ ଯାଇ ଚିକିତ୍ସା କରାଇପାରିବେ। ଏଥିରେ ୫ଲକ୍ଷ ପର୍ୟ୍ୟନ୍ତ ସମସ୍ତ ପରିବାର ପାଇଁ ସହୟାତା ରାଶି ରଖାଯାଇଛି।

jiophone-2

ମୁକେଶ ଅମ୍ବାନୀଙ୍କ ନୂଆ ଜିଓ ଫୋନ୍ :

ମୁକେଶ ଅମ୍ବାନୀଙ୍କ ଜିଓ କମ୍ପାନୀ ଏହାର ଦ୍ବୀତିୟ ଜିଓଫୋନ ୧୫ ଅଗଷ୍ଟରେ ଲଞ୍ଚ କରିବାକୁ ଯାଉଛି। ଏହାର ମୂଲ୍ୟ ୨,୯୯୯ଟଙ୍କା ରହିଛି। ଏହାର ଫିଚର ଅପଡ଼େଟ୍ କରାଯାଇଛି। ଏଥିରେ ଆପଣ ଫେସବୁକ୍, ହ୍ବାଟ୍ସଆପ ଏବଂ ୟୁଟ୍ୟୁବ୍ ମଧ୍ୟ ଚଲାଇ ପାରିବେ। ଖାସ କଥା ଏଥିରେ ପୂର୍ବ ଫୋନ ଭଳି କ୍ବାଟି କିବୋର୍ଡ଼ ରହିଛି।

ଜିଓ ଡ଼ିଟିଏଚ୍ ର ରେଜିଷ୍ଟ୍ରେସନ୍:

ଜିଓର ଫାଇବର ବ୍ରୋର୍ଡବ୍ରାଣ୍ଡ ସର୍ଭିର୍ସ ଜିଓ ଗିଗାଫାଇବରର ରେଜିଷ୍ଟ୍ରେସନ ୧୫ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏଥି ଅନ୍ତର୍ଗତ ଗ୍ରାହକଙ୍କୁ ଏଚଡ଼ି କ୍ବାଲିଟି ସହ ୬୦୦ଟି ଚ୍ୟାନେଲ ଦେଖିବାକୁ ମିଳିବ। ରେଜିଷ୍ଟ୍ରେସନ କରିଥିବା ଗ୍ରାହକଙ୍କୁ କୌଣସି ପ୍ରକାରର ଶୁକ୍ଲ ଦେବାକୁ ପଡ଼ିବ ନାହିଁ। ଜିଓ ଗିଗାଫାଇବର ଅନ୍ତର୍ଗତ ଦୁଇ ସବିର୍ସେସ୍ ଗ୍ରାହକଙ୍କୁ ଗିଗାଫାଇବର ରାଉଟର ଏବଂ ଗିଗାଟିଭି ସେଟଅପ ବକ୍ସ ମିଳିବ। ରାଉଟର ଦ୍ବାରା ଗ୍ରାହକ ଇଣ୍ଟରନେଟ ସର୍ଭିସର ବ୍ୟବହାର କରିପାରିବେ।

ଫ୍ଳିପକାର୍ଟର ନୂଆ ସର୍ଭିସ :

୧୫ ଅଗଷ୍ଟରୁ ଇ-କମର୍ସ କମ୍ପାନୀ ଫ୍ଳିପକାର୍ଟ ଏହାର ନୂତନ ସେବା ଫ୍ଳିପକାର୍ଟ ପ୍ଳସ୍ ଆରମ୍ଭ କରିବାକୁ ଯାଉଛି। ଯେଉଁ ସର୍ଭିସ ପାଇଁ ଆମାଜନ ସପିଂ ସାଇଟ୍ ଶୁକ୍ଳ ନେଇଥାଏ ତାହାକୁ ଫ୍ଳିପକାର୍ଟ ମାଗଣା ଆରମ୍ଭ କରିଛି। ଏହା ଦ୍ବାରା ଗ୍ରାହକ ୱେବସାଇଟରେ ଜିନିଷ କିଣିଲେ ତାଙ୍କୁ ପଏଣ୍ଟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.