Below header

ସୁନା ମୂଲ୍ୟରେ ଆସିଲା ପରିବର୍ତ୍ତନ, ଭୁବନେଶ୍ୱରେ କମିଲା ପାଖାପାଖି ୧୦୦୦ ଟଙ୍କା

ସୁନା ଦାମ୍‌ ଦିନକୁ ଦିନ ବଢିବାରେ ଲାଗିଛି । ସାଧାରଣ ଲୋକଟିଏ ଝିଅ ବାହାଘର ହେଉ ଅବା ଆଉ କେଉଁ କାମ ଏବେ ସୁନା କିଣିବାକୁ କୁଣ୍ଠାବୋଧ ନିଶ୍ଚିତ ଭାବେ କରିବ। ଏହାର ଦାମ ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି। ଭାରତୀୟ ବଜାରରେ ଦ୍ରୁତ ଗତିରେ ବଢି ଛାଲିଛି ଏହି ମୂଲ୍ୟବାନ ଧାତୁର ମୂଲ୍ୟ । କିନ୍ତୁ ଦୁଇ ହେବ ଏହାର ଦାମରେ କିଛିଟା ହ୍ରାସ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପ୍ରତି ୫୪, ୭୦୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପ୍ରତି ୫୩, ୪୫୦ ଟଙ୍କା ଥିବା ରେକର୍ଡ ହୋଇଛି । କିନ୍ତୁ ଓଡିଶା ରାଜଧାନୀ ଭୁବନେଶ୍ୱରରେ ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟମ ଧରଣର ହ୍ରାସ ଘଟିଥିବା ଲକ୍ଷ୍ୟ କରାଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପ୍ରତି ୫୮୦୪୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧୦ ଗ୍ରାମ ପ୍ରତି ୫୩୧୫୦ ଟଙ୍କା ଥିବା ରେକର୍ଡ ହୋଇଛି । ଯେବେକି ପୂର୍ବଦିନ ଏହି ଦର ଯଥାକ୍ରମେ ୫୯,୧୪୦ ତାଙ୍କ ଓ ୫୪,୨୧୦ ରହିଥିଲା । କିନ୍ତୁ ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ମୂଲ୍ୟରେ ମଧ୍ୟମ ଧରଣର ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୪,୩୯୦ ଟଙ୍କା ଓ ୫୩, ୩୯୦ ଟଙ୍କା ଥିବା ବେଳେ ଦିଲ୍ଲୀରେ ଏହି ମୂଲ୍ୟ ଯଥାକ୍ରମେ ୫୪, ୭୧୦ ଟଙ୍କା ଓ ୫୩,୪୬୦ ଟଙ୍କା ଥିବା ରେକର୍ଡ ହୋଇଛି ।

gold1-1

ସେପଟେ ଦକ୍ଷିଣ ଭାରତ ସହର ଚେନ୍ନାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ଦର ଯଥାକ୍ରମେ ୫୮, ୦୪୦ ଟଙ୍କା ଓ ୫୩, ୧୫୦ ଟଙ୍କା ଥିବା ବେଳେ କୋଲକାତା ସହରରେ ଏହି ଦର ୫୫, ୨୯୦ ଟଙ୍କା ଓ ୫୩, ୮୯୦ ଟଙ୍କାରେ ସ୍ଥିର ଥିବା ରେକର୍ଡ ହୋଇଛି । ସେପଟେ ଭାରତୀୟ ବଜାରରେ ଅନ୍ୟତମ ମୂଲ୍ୟବାନ ଧାତୁ ରୁପା ଦରରେ କିଛିଟା ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ ହୋଇଛି । କିଲୋଗ୍ରାମ ପ୍ରତି ୭୪,୨୧୦ ଟଙ୍କାରେ ସ୍ଥିର ରହିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.