କେବଳ ଓଠରେ ନୁହେଁ, ଲିପ୍‌ଷ୍ଟିକ୍‌କୁ ଆପଣ ଏଭଳି କାମ ପାଇଁ ମଧ୍ୟ କରିପାରିବେ ବ୍ୟବହାର

ମେକ୍‌ଅପ୍‌ କଥା ଆସିଲେ ଆଖି ସହ ଆମେ ଓଠକୁ ବି ଗୁରୁତ୍ୱ ଦେଇଥାଉ। ଫେସ୍‌ ମେକ୍‌ଅପ୍‌କୁ ବାଲାନ୍ସ କରିବା ପାଇଁ ମହିଳାମାନେ ପ୍ରାୟତଃ ଡିପ୍‌ କଲରର ଲିପ୍‌ଷ୍ଟିକ୍‌ ଲଗାଇଥାନ୍ତି। ଏହା ମୁହଁର ଗ୍ଲୋକୁ ଆହୁରି ବଢ଼ାଇଥାଏ। କିନ୍ତୁ ସବୁବେଳେ ଲିପ୍‌ଷ୍ଟିକ୍‌କୁ କେବଳ ଓଠରେ ଯେ ଲଗାଇବେ ତାହାର କିଛି ମାନେ ନାହିଁ। ଆପଣ ଚାହିଁଲେ ଅନ୍ୟକାମ ପାଇଁ ମଧ୍ୟ ଲିପ୍‌ଷ୍ଟିକ୍‌ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା ଲିପ୍‌ଷ୍ଟିିକ୍‌କୁ ଓଠ ବ୍ୟତୀତ ଆଉ କେଉଁ କାମରେ ବ୍ୟବହାର କରିପାରିବେ…

ବ୍ଲଶ୍‌:

blush

ମେକଅପ୍‌ ଏକ୍ସପର୍ଟଙ୍କ ମତରେ ଲିପ୍‌ଷ୍ଟିକ୍‌କୁ ଆପଣ ବ୍ଲଶ୍‌ ଭାବେ ମଧ୍ୟ ବ୍ୟବହାର କରିପାରିବେ। ଏହା ସାହାଯ୍ୟରେ ଆପଣଙ୍କୁ ଏକ କ୍ରିମ୍‌ ବେସ୍‌ଡ ବ୍ଲଶ ଲୁକ୍‌ ମିଳିବ। ଆପଣ ଲାଇଟ୍‌ କଲରର ଲିପ୍‌ଷ୍ଟିକ୍‌କୁ ବ୍ଲଶ୍‌ ଭାବେ ବ୍ୟବହାର କରିପାରିବେ।

ଆଇଲାଇନର:

eye liner

ଆଜିକାଲି ମହିଳାମାନେ କଲର ଆଇଲାଇନ୍‌ର ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଯଦି ଆପଣଙ୍କ ନିକଟରେ ଲିକ୍ୱିଡ୍‌ ଲିପ୍‌ଷ୍ଟିକ୍‌ ଅଛି ତେବେ ଆପଣ ତାହାକୁ କଲର ଆଇଲାଇନର ଭାବେ ମଧ୍ୟ ବ୍ୟବହାର କରିପାରିବେ। ଆଇଲାଇନର ଭାବେ ସବୁବେଳେ ମ୍ୟାଟ୍‌ ଲିପ୍‌ଷ୍ଟିକ୍‌ ବ୍ୟବହାର କରନ୍ତୁ। ଝାଳରେ ବି ଏହା ବୋହିବ ନାହିଁ।

make up

କଲର କରେକ୍ଟ:

ଶୁଣିବାକୁ ଅଜବ ଲାଗୁଥିଲେ ବି ଏହା ସତ। ଆପଣ ଲିପ୍‌ଷ୍ଟିକ୍‌କୁ କଲର କରେକ୍ଟ ଭାବେ ମଧ୍ୟ ବ୍ୟବହାର କରିପାରିବେ। ମେକ୍‌ଅପ୍‌ ଏକ୍ସପର୍ଟଙ୍କ ଅନୁସାରେ ଯଦି ଆପଣଙ୍କ ପାଖରେ ରେଡ୍‌ କଲର ଲିପ୍‌ଷ୍ଟିକ୍‌ ଅଛି ତେବେ ଏହାକୁ କନ୍‌ସେଲର ଭାବେ ପ୍ରଥମେ ଲଗାଇ ଏକ ଫ୍ଲଲେସ୍‌ ଲୁକ୍‌ ପାଇପାରିବେ। ଆଖି ତଳର କଳା ଦାଗକୁ ଲୁଚାଇବାରେ ଏହା ସାହାଯ୍ୟ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.