Below header

ସପ୍ତାହେ ଭିତରେ ୨ ହଜାର କମିଛି ସୁନା ଦର, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ପ୍ରତିଦିନ ଛାନିଆ କରୁଥିବା ସୁନା ଦର ଗତ ସପ୍ତାହକ ମଧ୍ୟରେ ପ୍ରାୟ ୨ ହଜାର ଟଙ୍କା କମିଛି । ଆଜି ଦେଶର ବିଭିନ୍ନ ସ୍ଥାନରେ ୧୦ ଗ୍ରାମ୍‌ ସୁନା ମୂଲ୍ୟ ୪୦ ହଜାର ଟଙ୍କା ରହିଥିଲା । ଗତ ସପ୍ତାହରେ ସୁନା ଦର ପହଞ୍ଚିଥିଲା ୪୨୮୦ ଟଙ୍କାରେ । ତେବେ ଆମେରିକା ଓ ଚୀନ୍‌ ମଧ୍ୟରେ ଚାଲିଥିବା ବ୍ୟାବସାୟିକ ଯୁଦ୍ଧର ଉତ୍ତେଜନା ଟିକେ କମିବା ପରେ ସୁନା ଦର ମଧ୍ୟ କମିଥିବା କୁହାଯାଉଛି । ସେହିପରି ରୂପା ଦର ମଧ୍ୟ କମି କିଲୋ ପିଛା ୪୬,୦୬୦ ଟଙ୍କା ରହିଛି ।
ଭୁବେନଶ୍ୱରରେ ଦର ଆହୁରି କମ୍‌
ଏପଟେ ଆମ ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ୍‌ ସୁନା ୧୦ ଗ୍ରାମ୍‌କୁ ମୂଲ୍ୟ ଥିଲା ୩୭,୬୪୦ ଟଙ୍କା । ଗତକାଲି ଏହି ଦର ଥିଲା ୩୮,୦୧୦ ଟଙ୍କା । ସେହିପରି ୨୪ କ୍ୟାରେଟ୍‌ ସୁନା ଦାମ୍‌ ୪୧,୪୬୦ ଟଙ୍କାରୁ କମି ଆଜି ୪୧,୦୬୦ ଟଙ୍କା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.