Below header

Pan Cardରେ ତଥ୍ଯ ଭୁଲ ହୋଇଯାଇଛି କି ? ତେବେ ଅନଲାଇନରେ ଏପରି ସୁଧାରନ୍ତୁ

ITR ଭାରିବା ପାଇଁ ବ୍ଯାଙ୍କ ଏବଂ ଅନ୍ଯନ୍ଯା ସ୍ଥାନରେ Pan Cardର ଆବାଶ୍ଯକତା ପଡ଼ିଥାଏ। ତେବେ ନୂଆ ପାନ କାର୍ଡ଼ ପାଇଁ ଏହାକୁ ଅନଲାଇନରେ ବହୁ ସରଳ ଭାବେ ଆପଣ ଆବେଦନ କରିପାରିନ୍ତି। ତେବେ ଯଦି ଭୁଲବଶତଃ ଆପଣଙ୍କ Pan Card ହଜିଯାଇଛି ବା ଆବେଦନ ସମୟରେ କିଛି ଭୁଲ ରହିଯାଇଛି ତେବେ ଚିନ୍ତାର କିଛି ନାହିଁ। ତାହାକୁ ମଧ୍ୟ ଆପଣ ଅନଲାଇନରେ ସହଜରେ ସୁଧାରିପାରିବେ। ଏଥିପାଇଁ କିଛିଟା ସ୍ତର ଆପଣଙ୍କୁ ଅନୁସରଣ କରିବାକୁ ପଡ଼ିବ। ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ। ଆସନ୍ତୁ ଜାଣିବା କିପରି ଅନଲାଇନରେ ଭୁଲ ପାନକାର୍ଡ଼କୁ କରିବା ଠିକ୍ ।

pancard

Pan Cardରେ ଯଦି କୌଣସି କାରଣରୁ ଆପଣଙ୍କର ନାମ, ଘର ଠିକଣା ବା ଜନ୍ମତିଥି ପରିବର୍ତ୍ତନ କରିବାକୁ ପଡ଼ିଥାଏ ତେବେ ତାହାର ଉପାୟ ବହୁ ସହଜ ରହିଛି। ଏଥିପାଇଁ ଆପଣଙ୍କର ଯେକୌଣସି ଏକ ତ୍ରୁଟି ବିହିନ ପ୍ରମାଣପତ୍ର ଆବଶ୍ଯକ।  ପରିଚୟପତ୍ର ହିସାବରେ ଆପଣ ନିଜର ଆଧାର କାର୍ଡ଼, ଭୋଟର ଆଇଡ଼ି କାର୍ଡ଼, ଡ଼୍ରାଇଭିଂ ଲାଇସେନ୍ସ ,ପାଣି,ବିଦ୍ଯୁତ୍ ବିଲ ଆଦିକୁ ଆପଣ ବ୍ଯବହାର କରିପାରିବେ। ଆସନ୍ତୁ ଜାଣିବା କିପରି କରିବେ ସୁଧାରିବେ ବ୍ଯକ୍ତିଗତ ତଥ୍ଯ।

-ପ୍ରଥମେ ଏହାର ଆଧିକାରୀକ ୱେବସାଇଟ NSDL ବା UTITSLକୁ ଯାଆନ୍ତୁ। ଏହାପରେ ଆପଲିକେସନ୍ ଟାଇପରେ ଯାଇ ସେଠାରେ change or correction in existing PAN data/reprint of PAN cardକୁ କ୍ଳକ୍ କରନ୍ତୁ। ଆଗକୁ ବଢ଼ିବା ପାଇଁ ସେଠାରେ ଦିଆଯାଇଥିବା କ୍ଯାଚାକୁ ଭର୍ତ୍ତି କରନ୍ତୁ।

pan

 

-ଏହାପରେ କେଉଁ ରୁପେ ଆପଣ ଆବେଦନ କରିବା ପାଇଁ ଯାଉଛନ୍ତି ତାହାର ଚୟନ କରନ୍ତୁ। ଆପଣ ଚାହିଁଲେ e-kyc ଜରିଆରେ ଆବେଦନ କରିପାରିବେ କିନ୍ତୁ ଏଥିପାଇଁ ଆଧାର କାର୍ଡ଼ ଅନିବାର୍ଯ୍ଯ ରହିଥାଏ। e-kyc ଜରୀଆରେ ଆବେଦନ ସମୟରେ ଫର୍ମରେ ଦିଆଯାଇଥିବା * ଚିହ୍ନ ସ୍ଥାନରେ ନିଜର ସମସ୍ତ ତଥ୍ଯ ପ୍ରଦାନ କରନ୍ତୁ। ଏହି ସମୟରେ ଧ୍ୟାନ ଦେବେ ଏଥିରେ ଦିଆଯାଇଥିବା ତଥ୍ଯ ଆପଣଙ୍କ ଆଧାରରେ ସମାନ ରହିଥିବ।

pan_card_ekyc

-ଏହାପରେ ଯେଉଁ ପରିଚୟ ପତ୍ରର ଡ଼ାଟା ହିସାବରେ ଆପଣ PAN card ର ସୁଧାର କରୁଛନ୍ତି ତାହାର ଏକ ସ୍କାନ୍ କପି ଏଥିରେ ଆଟାଚ କରନ୍ତୁ। ଏହାପରେ ସେଠାରେ ଦିଆଯାଇଥିବା ପ୍ରୋସିଡ଼୍ ବଟନ୍ କ୍ଲିକ୍ କରନ୍ତୁ। ଏଥିପାଇଁ ଆପଣଙ୍କୁ ୧୨୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

– ଏହାପରେ ଆପଣଙ୍କୁ ଆଧାର କାର୍ଡ଼ ନମ୍ବର ଦେବା ପାଇଁ ଏକ ଅପସନ ଆସିବ। ଏହାପରେ ଆଧାର କାର୍ଡ଼ ରେଜିଷ୍ଟର ମୋବାଇଲ ନମ୍ବରରେ ଏକ ଓଟିପି ଆସିବ। ଏହାପରେ ଓଟିପିକୁ ପକାଇ ଏହି ଆବେଦନକୁ ଶେଷ କରନ୍ତୁ। ଏହାପରେ ଆପଣଙ୍କୁ ଆପଲିକେସନ୍ ଫର୍ମ ପିଡ଼ିଏଫ୍ ଫରମାଟରେ ଦେଖେଇବ। ଏହାକୁ ସେଭ କରି ରଖନ୍ତୁ। ଏହି ଆବେଦନର ୧ ମାସ ମଧ୍ୟରେ ଆପଣଙ୍କ ସୁଧାର PAN card  ଆପଣଙ୍କ ଦ୍ବାରା ଦିଆଯାଇଥିବା ଠିକଣାରେ ପହଞ୍ଚିଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.