Below header

Hyundai କମ୍ପାନୀ କାର ଉପରେ ଦେଉଛି ବମ୍ପର ଅଫର, ମିଳିବ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଡିସକାଉଣ୍ଟ

କାର ପ୍ରତି ବିଶେଷ ଆଗ୍ରହୀ ଥିବା ଲୋକ ବା ନୂଆ ବର୍ଷରେ ନୂଆ କାର କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛି ହ୍ୟୁଣ୍ଡାଇ କମ୍ପାନୀ । ଦକ୍ଷିଣ କୋରିଆର କାର ନିର୍ମାଣକାରୀ କମ୍ପାନୀ ହ୍ୟୁଣ୍ଡାଇ ବର୍ଷର ଶେଷ ମାସରେ ନିଜ ଗାଡି ଗୁଡିକ ଉପରେ ଦମଦାର ଅଫର ମାନ ଦେଉଛି । ହ୍ୟୁଣ୍ଡାଇ କମ୍ପାନୀ ନିଜ ‘ଡିସେମ୍ବର ଡିଲାଇଟ’ ଅଫରରେ ପ୍ରତି ଗାଡ଼ିରେ ନିଜ ଗ୍ରାହକ ମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଦମଦାର ଅଫର ମାନ ଦେବ ଘୋଷଣା କରିଛି । କମ୍ପାନୀ ନିଜ ସବୁଠୁ କମ ଦରର ଗାଡି Santro  ଠାରୁ ଆରମ୍ଭ କରି SUV  ପରି ପ୍ରିମିୟମ ଦାମୀ ଗାଡ଼ି ଉପରେ ଅଫର ଦେବ ବୋଲି ସ୍ଥିର କରିଛି ।

santro

କମ୍ପାନୀ କିଛି ଦିନ ତଳେ ଲଞ୍ଚ କରିଥିବା Grand i10 Nios  ର ଉଭୟ ପେଟ୍ରୋଲ ଓ ଡିଜେଲ ଗାଡି ଉପରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତର ରିହାତି ଦିଆଯାଉଛି ।

କମ୍ପାନୀ ନିଜ Hyundai Santro ପେଟ୍ରୋଲ ଗାଡି ଉପରେ ୫୫ ହଜାର ଟଙ୍କା ପର୍ଯ୍ୟନ୍ତର ଛାଡ ଦେଉଛି ।

 

hyundai

କମ୍ପାନୀ ନିଜ Grand i10ର ପେଟ୍ରୋଲ ଓ ଡିଜେଲ ଗାଡି ଉପରେ ୭୫ ହଜାର ଟଙ୍କା ପର୍ଯ୍ୟନ୍ତର ଆକର୍ଷଣୀୟ ଅଫର ଦେଉଛି ।

କମ୍ପାନୀ ନିଜ ଅନ୍ୟତମ ଲୋକପ୍ରିୟ ଗାଡି Verna ବି ୬୦ ହଜାର ଟଙ୍କାର ଛାଡ ଦେଇଛି ।

ହ୍ୟୁଣ୍ଡାଇ କମ୍ପାନୀ ନିଜ Xcent ଗାଡି ୯୫ ହଜାର ଟଙ୍କାର ଶାନଦାର ଅଫର ଦେଉଛି ।

hyundai

ହ୍ୟୁଣ୍ଡାଇ ନିଜ ଲୋକପ୍ରିୟ ଗାଡି SUV Creta ଉପରେ ୯୫ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ କରିଛି । କ୍ରେତାର ଦୁଇ ପେଟ୍ରୋଲ ଓ ଡିଜେଲ ମଡେଲ ଉପରେ ଏହି ଛାଡ ଦେଇଛନ୍ତି ।

ହ୍ୟୁଣ୍ଡାଇ କମ୍ପାନୀ ନିଜ ପ୍ରିମିୟମ SUV Tuscon ଉଭୟ ପେଟ୍ରୋଲ ଓ ଡିଜେଲ ମଡେଲ ଉପରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ବମ୍ପର ଡ଼ିସକାଉଣ୍ଟ ଦେଉଛି ।

ଆହୁରି ମଧ୍ୟ କମ୍ପାନୀ ତରଫରୁ ଏକ୍ସଚେଞ୍ଜ ବୋନସ, କ୍ୟାସ ଡ଼ିସକାଉଣ୍ଟ ଓ କର୍ପୋରେଟ ଡ଼ିସକାଉଣ୍ଟ ପରି ଭିନ୍ନ ଭିନ୍ନ କ୍ଷେତ୍ରରେ ମଧ୍ୟ ଅଫର ମାନ ଦେବ ବୋଲି ଘୋଷଣା କରିଛି । ତେଣୁ ଆପଣ ଭିନ୍ନ ଭିନ୍ନ ଗାଡି ମାନଙ୍କ ଉପରେ ମିଳୁଥିବା ଅଫର ଗୁଡିକ ବିଷୟରେ ନିଜ ନିକଟସ୍ଥ ସୋରୁମ ମାନଙ୍କରୁ ଶୀଘ୍ର ବୁଝି ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.