Below header

ଏବେ ଘରକୁ ଆସିବା ଇଛା ହେବ ପୂରଣ, ଆଜିଠାରୁ ଚାଲୁଛି ୨ଶହ ସ୍ୱତନ୍ତ୍ର ଟ୍ରେନ

ଆଜିଠାରୁ ଯାତ୍ରା କରୁଛି ୨ଶହ ସ୍ୱତନ୍ତ୍ର ଟ୍ରେନ। ଏହି ଟ୍ରେନରେ ଯାତ୍ରା କରିବେ  ୧ଲକ୍ଷ ୪୫ ହଜାର ଯାତ୍ରୀ । ଏହି ଟ୍ରେନ୍ ‌ଗୁଡିକରେ ଜେନେରାଲ,ଏସି ଏବଂ ନନ୍‌ ଏସି କୋଚ୍‌ ରହିବ। ଜେନେରାଲ ଏବଂ ସ୍ଲିପର କୋଚ୍‌ ପାଇଁ ରିଜର୍ଭେସନ କରିବାକୁ ପଡିବ। ସାମାନ୍ୟ ଟ୍ରେନ୍‌ ଭଳି ଟିକେଟ ବୁକିଂରେ କୋଟା ବ୍ୟବସ୍ଥା ରହିବ। ୩୦ ଦିନ ପୂର୍ବରୁ ଟିକେଟ୍‌ ବୁକ୍‌ କରି ହେବ ନାହିଁ। ଆରଏସି ଓ ୱେଟିଂ ଲିଷ୍ଟ ଟିକେଟ୍‌ ପ୍ରଦାନ କରାଯିବ କିନ୍ତୁ ଟିକେଟ କନ୍‌ଫର୍ମ ନହେଲେ ଯାତ୍ରା ପାଇଁ ଯାତ୍ରୀଙ୍କୁ ଅନୁମତି ମିଳିବ ନାହିଁ। ଯେଉଁ ଯାତ୍ରୀଙ୍କ ପାଖରେ ଟିକେଟ କନ୍‌ଫର୍ମ ଥିବ ସେମାନେ ହିଁ ଷ୍ଟେସନରେ ପ୍ରବେଶ କରି ପାରିବେ। ଯାତ୍ରା କରିବାର ଦେଢ଼ ଘଣ୍ଟା ପୂର୍ବରୁ ଷ୍ଟେସନରେ ପହଁଚିବାକୁ ପଡିବ ।

tt-ଅନ୍ଯପଟେ ଯାତ୍ରା ପୂର୍ବରୁ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ। ଯେଉଁମାନଙ୍କ ପାଖରେ କୋଭିଡ୍‌ ଲକ୍ଷଣ ନଥିବ, ସେମାନେ ହିଁ ଯାତ୍ରା କରି ପାରିବେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଯେଉଁ ମାନେ ଯାତ୍ରା କରିପାରିବେନି ସେମାନଙ୍କ ଟିକେଟର ପୂରା ଅର୍ଥ ଫେରସ୍ତ କରାଯିବ। ଷ୍ଟେସନରେ ବହି ଓ ଔଷଧ ଦୋକାନ ଖୋଲା ରହିବ। ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲା ରହିବ। କିନ୍ତୁ କେହି ସେଠାରେ ବସି ଖାଇ ପାରିବେ ନାହିଁ। ଖାଇବା ପ୍ୟାକିଂ କରି ନେଇ ପାରିବେ।

ttସୂଚନା ମୁତାବକ ଯାତ୍ରୀମାନେ ଯେଉଁ ରାଜ୍ୟକୁ ଯାଉଛନ୍ତି ସେଠାକାର ସରକାରଙ୍କ ସ୍ୱାସ୍ଥ୍ୟଗତ ନିୟମ ମାନିବାକୁ ପଡିବ। ଟ୍ରେନ୍‌ରେ ଯାତ୍ରୀଙ୍କୁ ତକିଆ କି ଚାଦର ମିଳିବ ନାହିଁ। ଟ୍ରେନ୍‌ରେ ପରଦା ମଧ୍ୟ ରହିବ ନାହିଁ। ଷ୍ଟେସନରେ ପସିବା ଠାରୁ ଆରମ୍ଭ କରି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ଫେସ୍‌ ମାସ୍କ ପିନ୍ଧିବେ ଯାତ୍ରୀ। ଯାତ୍ରୀଙ୍କୁ ୯୦ ମିନିଟ୍‌ ପୂର୍ବରୁ ଷ୍ଟେସନରେ ପହଞ୍ଚିବାକୁ ପଡିବ। ଷ୍ଟେସନ ଓ ଯାତ୍ରା ସମୟରେ ସାମାଜିକ ଦୂରତ୍ୱ ମାନିବାକୁ ପଡିବ। ଏହାବ୍ଯତୀତ ଯାତ୍ରୀମାନେ ଆରୋଗ୍ୟ ସେତୁ ଡାଉନ ଲୋଡନ୍‌ କରିବା ବାଧ୍ୟତାମୂଳକ। ଭୁବନେଶ୍ୱରରୁ ସକାଳ ୬ଟାରେ ପ୍ରଥମେ ଜନ ଶତାବ୍ଦୀ ଏକ୍ସପ୍ରେସ ହାଓଡା ଅଭିମୁଖେ ବାହାରିଛି । ସୂଚନା ଯୋଗ୍ଯ ଆଜି ଭୁବନେଶ୍ୱରରୁ ବାହାରୁଥିବା ଟ୍ରେନ ମଧ୍ୟରେ ପୁରୁଷୋତ୍ତମ ଏକ୍ସପ୍ରେସ, ଫାଲକନାମା ଏକ୍ସପ୍ରେସ ରହିଛି କିନ୍ତୁ ଆସନ୍ତା କାଲିଠାରୁ ଦୁରନ୍ତ ଏକ୍ସପ୍ରେସ ଓ ତିନି ତାରିଖଠାରୁ କୋଣାର୍କ ଏକ୍ସପ୍ରେସ ଗଡ଼ିବ । ଏହାଛଡା ହାଓଡା ମୁମ୍ବାଇ, ହାଓଡ଼ା ଅହମଦାବାଦ ଓ ହାଓଡା ବଡ଼ବିଲ ସ୍ପେଶାଲ ଟ୍ରେନ ଓଡ଼ିଶା ଦେଇ ଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.