Below header

ଫ୍ଲାଇଟରେ ଯାତ୍ରା କରିବାକୁ ଚାହୁଁଛନ୍ତି କି ତେବେ ବଢ଼ିଆ ସୁଯୋଗ, ମାତ୍ର ୧୦୦ ଟଙ୍କାରେ କରନ୍ତୁ ବିମାନ ଯାତ୍ରା

ଯଦି ଆପଣ ଫ୍ଲାଇଟରେ ଯାତ୍ରା କରିବାକୁ ପ୍ଲାନ କରୁଛନ୍ତି, ତାହେଲେ ଏହି ଖବର ନିଶ୍ଚିତ ଭାବେ ଆପଣଙ୍କ ପାଇଁ । ଏବେ ଆପଣ ଯଦି ଟ୍ରାଭେଲ କରିବେ ତେବେ ବହୁତ କମ୍‌ ଦାମରେ ଯାତ୍ରା କରିପାରିବେ । IRCTC ରୁ ଏୟାର ଟିକେଟ୍‌ ବୁକିଙ୍ଗ କରିବା ଦ୍ୱାରା ଭଲ ଅଫର ମିଳୁଛି । ଏଠାରେ ଆପଣ କେବଳ ୧୦୦ ଟଙ୍କାରେ ଫ୍ଲାଇଟ୍‌ ଟିକେଟ୍‌ ବୁକ୍‌ କରିପାରିବେ । ଏହାସହିତ ୫୦ ଲକ୍ଷ ଟଙ୍କାର ଇନସୁରାନ୍ସର ମଧ୍ୟ ଫାଇଦା ଉଠାଇପାରିବେ। ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଅଫର୍ସ ବିଷୟରେ ଅଧିକ କିଛି ।

ଯଦି ଆପଣ ଆଇଆରସିଟିସିର ୱେବସାଇଟ୍‌ କିମ୍ବା IRCTC Air App ଜରିଆରେ ଫ୍ଲାଇଟ ଟିକେଟ ବୁକ୍‌ କରୁଛନ୍ତି ତାହେଲେ ଆପଣଙ୍କୁ ଆହୁରି ଅନେକ ବେନିଫିଟ୍ସ ମିଳିବ। ଆଇଆରସିଟିସି ଏୟାର ୱେବସାଇଟ୍‌ ମୁତାବକ ଯଦି ଆପଣ SBI Card Premier ଜରିଆରେ ପେମେଣ୍ଟ କରନ୍ତି, ତାହେଲେ ଆପଣଙ୍କୁ ୫% ଭେଲ୍ୟୁ ବ୍ୟାକ୍‌ ମଧ୍ୟ ମିଳିବ । ଏହା ବ୍ୟତୀତ ଯଦି ଆପଣ ଆମେରିକାନ ଏକ୍ସପ୍ରେସ କାର୍ଡରୁ ପେମେଣ୍ଟ କରି ଫ୍ଲାଇଟ ଟିକେଟ ବୁକ୍‌ କରୁଛନ୍ତି ତାହେଲେ ଆପଣଙ୍କୁ ୭% ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିବ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଅଫର ୩୦ ଜୁଲାଇ ପର୍ଯ୍ୟନ୍ତ ସୀମିତ ରହିଛି। ସେହିପରି ଏହାର ଫାଇଦା ଉଠାଇବା ପାଇଁ ଆପଣଙ୍କୁ ବୁଧବାର ଦିନ ବୁକିଙ୍ଗ କରିବାକୁ ହେବ।

କଣ ଫାଇଦା ଜାଣନ୍ତୁ

  1. ଆଇଆରସିଟିସି ଆପ୍‌ କିମ୍ବା ୱେବସାଇଟ୍‌ ଜରିଆରେ ଟିକେଟ ବୁକିଙ୍ଗରେ କେବଳ 59 Convenience ଫିସ୍‌ ଲାଗିଥାଏ।
  2. ଯଦି ଆପଣ ଜରିଆରେ ଟିକେଟ ବୁକ୍‌ କରନ୍ତି, ତାହେଲେ ଆପଣଙ୍କୁ ୫୦ ଲକ୍ଷ ପର୍ଯ୍ୟନ୍ତ ଫ୍ରି ଟ୍ରାଭେଲ ଇନସୁରାନ୍ସର ସୁବିଧା ମିଳିଥାଏ।
  3. ଆଇଆସିଟିସି ଆହୁରି ଅନେକ ପ୍ରକାର ଅଫର ଏବଂ ରିହାତି ଦେଇଥାଏ।
  4. LTC ଟିକେଟ ବୁକିିଙ୍ଗ ପାଇଁ ଅଲଗା ଏକ ସରକାରୀ ପ୍ରମାଣିତ କମ୍ପାନୀ।
  5. ବିଶେଷ ଡିଫେନ୍ସ କ୍ରୟରେ ମଧ୍ୟ ଛାଡ କରିଥାଏ।

ଏବେ ଜାଣନ୍ତୁ କେମିତି କରିବେ ଏୟାର ଟିକେଟ ବୁକ୍‌

  • ଟିକେଟ ବୁକ କରିବା ପାଇଁ ଆପଣ ସର୍ବପ୍ରଥମେ https://www.air.irctc.co.in/ କୁ ଭିଜିଟ୍‌ କରନ୍ତୁ।
  • ଏହାପରେ ନିଜ ଆଇଡିରେ ଲଗଇନ୍‌ କରନ୍ତୁ।
  • ଏହାପରେ ଏକ୍ସିଟ୍‌ ଏବଂ ଏଣ୍ଟ୍ରି ସ୍ଥାନକୁ ପୂରଣ କରନ୍ତୁ।
  • ଏହାପରେ ଅଫର୍ସ ଚେକ କରିବା ପରେ ପେମେଣ୍ଟ ଅପ୍ସନ ଚୟନ କରନ୍ତୁ।
  • ଏହାପରେ ଆପଣଙ୍କ ଫ୍ଳାଇଟ୍‌ ଟିକେଟ୍‌ ବୁକିଙ୍ଗ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.