Below header

ସାମନାକୁ ଆସିଲା ଆଉ ଏକ ଘରୋଇ ବ୍ୟାଙ୍କର ବିଫଳତା, ଟଙ୍କା ଉଠାଣ ଉପରେ କଟକଣା ଲଗାଇଲା ଆରବିଆଇ

ସାମନାକୁ ଆସିଛି ଆଉ ଏକ ଘରୋଇ ବ୍ୟାଙ୍କର ବିଫଳତା। ଏଥର , ଲକ୍ଷ୍ମୀ ବିଳାସ। କରୋନା ଆରମ୍ଭ ପରଠାରୁ ପ୍ରଥମ ଓ ଦେଢ଼ ବର୍ଷ ଭିତରେ ଏହା ତୃତୀୟ ବ୍ୟାଙ୍କ। ଲକ୍ଷ୍ମୀ ବିଳାସ ସଙ୍କଟ ପରେ ପ୍ରଶ୍ନ ଉଠୁଛି କେତେ ସୁରକ୍ଷିତ ଘରୋଇ ବ୍ୟାଙ୍କ। ଓଡ଼ିଶାରେ ମଧ୍ୟ ଅନେକ ସ୍ଥାନରେ ଲକ୍ଷ୍ମୀ ବିଳାସର ଶାଖା ରହିଛି । ଲକ୍ଷ୍ମୀ ବିଳାସ ଗ୍ରାହକ ଏବେ ଧନଲକ୍ଷ୍ମୀଙ୍କୁ ନେଇ ଚିନ୍ତାରେ। ଅନିଶ୍ଚିତତା ଭିତରେ। କେମିତି ଜରୁରୀ ଟଙ୍କା ଉଠାଇବେ। ଏଟିଏମ୍‌ କାମ କରୁନି। ଗ୍ରାହକ କହୁଛନ୍ତି, ବ୍ୟାଙ୍କ ଜରିଆରେ ଅନ ଲାଇନରେ ପେମେଣ୍ଟ ମଧ୍ୟ ସମ୍ଭବନ ହେଉନି।

ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଗ୍ରାହକ ଡିସେମ୍ବର ୧୬ ଯାଏ ମାତ୍ର ୨୫ ହଜାର ଟଙ୍କା ଉଠାଇ ପାରିବେ। ଉଠାଣ ଉପରେ କଟକଣା ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ତାମିଲନାଡୁର ଏହି ଘରୋଇ ବ୍ୟାଙ୍କ ମୋରାଟୋରିୟମ ଅଧିନରେ ଥିବାରୁ କଟକଣା ଲାଗିଛି। କିଛିଟା କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି। ସ୍ୱାସ୍ଥ୍ୟଗତ ସମସ୍ୟା, ଉଚ୍ଚଶିକ୍ଷା ଏବଂ ବିବାହ ଉତ୍ସବ ପାଇଁ ଆରବିଆଇର ଅନୁମତି ନେଇ ୨୫ ହଜାରରୁ ଅଧିକ ଟଙ୍କା ଉଠାଯାଇ ପାରିବ। ପୂର୍ବରୁ  ୟେସ୍‌ ବ୍ୟାଙ୍କ ଓ ପିଏମସି ବ୍ୟାଙ୍କ ନେଇ ସଙ୍କଟ ସୃଷ୍ଟି ହୋଇଥିଲା। ଏବେ ଲକ୍ଷ୍ମୀ ଭିଳାସ ବ୍ୟାଙ୍କ। ତେଣୁ ଘରୋଇ ବ୍ୟାଙ୍କକୁ ନେଇ  ଉଠିଲାଣି ପ୍ରଶ୍ନବାଚୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.