ଆଦର୍ଶ ଗ୍ରାମ କଲରାବାଙ୍କ ଉଚ୍ଚବିଦ୍ୟାଳୟର ଛାତ୍ରୀ ମେଟ୍ରିକ ଟପ୍ପର ସୌନ୍ୟା ସୁଚରିତIଙ୍କୁ ସମ୍ବର୍ଦ୍ଧନା

ଜଗତସିଂହପୁର : କଟକ ଜ଼ିଲ୍ଲା ଆଦର୍ଶ ଗ୍ରାମ କଲରାବାଙ୍କ ଉଚ୍ଚବିଦ୍ୟାଳୟର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା । ୨୦୧୯ ମେଟ୍ରିକ ପରୀକ୍ଷାରେ ଟପ୍ପର ହୋଇଥିବା ସୌନ୍ୟା ସୁଚରିତI ବିଶ୍ୱାଳଙ୍କୁ ନିଶ୍ଚିତକୋଇଲି ବ୍ଲକର ମହେଶ୍ୱର ପ୍ରତିଭା ପରିଷଦ ପକ୍ଷରୁ ମେଡାଲ ,ମାନପତ୍ର ଏବଂ ପୁଷ୍ପଗୁଛ ଦେଇ ସ୍କୁଲ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି ।

ପ୍ରଥମେ କଲରାବାଙ୍କ ଉଚ୍ଚ ବିଦ୍ୟାଳୟ ଓ କଳିଂଗ ଇଂଲିଶ ମିଡିୟମ ସ୍କୁଲର ପରିଚାଳନା ନିର୍ଦେଶିକା ଡାକ୍ତର ଇତିରାଣୀ ସାମନ୍ତ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ପରେ ମା ନୀଳିମାରାଣୀ,ଜାତିରପିତା ମହାତ୍ମାଗାନ୍ଧୀ ଏବଂ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ତେବେ ଏହି ପୁରସ୍କାର ଆଗକୁ ବଢ଼ିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ସୌନ୍ୟା ସୁଚରିତI ବିଶ୍ୱାଳ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.