ପୋଷ୍ଟ ଅଫିସ ଇ-କମର୍ସ ପୋର୍ଟାଲରୁ କିଣନ୍ତୁ ଜିନିଷପତ୍ର, ଦେବାକୁ ପଡ଼ିବନି ଡେଲିଭେରୀ ଚାର୍ଜ
ସବୁବେଳେ ଅନଲାଇନରୁ କିଣୁଥିବା ଗ୍ରାହକମାନଙ୍କ ପାଇଁ ଖୁସି ଖବରା ବିଭିନ୍ନ ପ୍ରକାର ଅନଲାଇନ ସାଇଟରୁ କିଣିବା ଦ୍ବାରା ଗ୍ରାହକଙ୍କୁ ଡେଲିଭରୀ ଚାର୍ଜ ଦେବାକୁ ପଡିଥାଏା କିନ୍ତୁ ପୋଷ୍ଟ ଅଫିସର ଏହି ପୋର୍ଟାଲରୁ ଭାରତରେ ଅନଲାଇନ ମାର୍କେଟିଂ ସେବା ଖୁବ୍ ଦ୍ରୁତଗତିରେ ବଢିବାରେ ଲାଗିଛିା ଏହାକୁ ଧ୍ୟାନରେ ରଖି ଭାରତୀୟ ଡାକଘର ମଧ୍ୟ ଇ-ଟ୍ରେଡିଂ କରିବାକୁ ଯାଉଛିା କିଣିବା ଦ୍ବାରା ଡେଲିଭରୀ ଚାର୍ଜ ଦେବାକୁ ପଡିବ ନାହିାଁ ସରକାରଙ୍କ ଇ-କମର୍ସ ପ୍ଲାଟଫର୍ମର ଗ୍ରାହକଙ୍କ ସଂଖ୍ୟା ଫ୍ଲିପକାର୍ଟ ଗ୍ରାହକଙ୍କ ଠାରୁ ବେଶ ଅଧିକା ଆମାଜନ ଏବଂ ଫ୍ଲିପକାର୍ଟ ଭଳି ଡାକଘର ଇ-କମର୍ସ ପୋର୍ଟାଲ ଜରିଆରେ କପଡା ଠାରୁ ଆରମ୍ଭ କରି, ବଡ ଜିନିଷ ଠାରୁ ଆରମ୍ଭ କରି ଛୋଟ ଜିନିଷ ସବୁ ଉପଲବ୍ଧ ହେବା ଯାହାକୁ ଗ୍ରାହକ ଅନଲାଇନ କିଣିପାରିବୋ
ଏଥିପାଇଁ ବିଭିନ୍ନ କମ୍ପାନୀ ଏବଂ ବିକ୍ରେତାମାନଙ୍କୁ ଏଥିରେ ଏବେଠାରୁ ଜଡିତ ହେବା ପ୍ରକ୍ରିୟା ଆରମ୍ଭ କରିଦେଇଛି ଡାକବିଭାଗା
ଫ୍ଲିପକାର୍ଟ ଭଳି ଇ-କର୍ମସ ପ୍ଲାଟଫର୍ମ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିଲୋ ଯାହାକୁ ୨୦୧୬ରେ ଇ-ମାର୍କେଟପ୍ଲେସ ନାମରେ ଲଞ୍ଚ କରାଯାଇଥିଲାା ଏଥିପାଇଁ ଇ-ପୋର୍ଟାଲ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛିା ପୋର୍ଟାଲରୁ କିଣୁଥିବା ଉତ୍ପାଦକୁ ଡାକ ବିଭାଗ ଦେଶର ପ୍ରତି କୋଣ ଅନୁକୋଣକୁ ଡେଲିଭରୀ କରିବା ଏହି ସବୁ ଜିନିଷର ଡେଲିଭରୀ ପୋଷ୍ଟମ୍ୟାନ ଦ୍ବାରା ହେବା ପ୍ରଥମେ ଅମ୍ବାଲାରେ ଏହାକୁ ପାଏଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଛିା ଏହା ପରେ ସବୁ ଜିଲ୍ଲାରେ ଆରମ୍ଭ କରାଯିବା
ଏହାଛଡା ଅନଲାଇନ ସପିଂ କରିବାରେ ଗ୍ରାହକ ବେଳେ ବେଳେ ଠକାମୀର ଶିକାର ହୋଇଥାନ୍ତିା କିନ୍ତୁ ଏହି ସେବା ସରକାରଙ୍କ ଅଧିନରେ ଥିବାରୁ ଗ୍ରାହକ ଠକାମୀରେ ପଡିବାର କମ୍ ସମ୍ଭାବନା ରହିଛିା ଗ୍ରାହକଙ୍କ ଜିନିଷର ଡେଲିଭରୀ ଦାୟିତ୍ବ ଡାକ ବିଭାଗର ରହିବା ଏଥିପାଇଁ ଆପଣଙ୍କୁ କୌଣସି ଡେଲିଭରୀ ଚାର୍ଜ ମଧ୍ୟ ଦେବାକୁ ପଡିବ ନାହିାଁ ଏଥିରେ କ୍ୟାସ ଅନ୍ ଡେଲିଭରୀ, ଫ୍ରି ହୋମ ଡେଲିଭରୀ, ରିଟର୍ଣ୍ଣ ଅପସନ ଏବଂ ଫ୍ରି ରେଜିଷ୍ଟ୍ରେସନ ମଧ୍ୟ ଉପଲବ୍ଧ ହେବା କୌଣସି କମ୍ପାନୀ ନିଜର ରେଜିଷ୍ଟ୍ରେସନ ମୁକ୍ତ ଭାବେ ପୋଷ୍ଟ ଅଫିସ ପୋର୍ଟାଲ ଜରିଆରେ କରିପାରିବୋ ଏହା ପୂର୍ବରୁ କମ୍ପାନୀକୁ ଡାକ ବିଭାଗ ସହିତ ଏକ ଚୁକ୍ତି କରିବାକୁ ପଡିବା ଏହାପରେ କମ୍ପାନୀକୁ ଏକ କୋର୍ଡ ପ୍ରଦାନ କରାଯିବା ପରେ କମ୍ପାନୀ ନିଜର ଜିନିଷକୁ ପୋଷ୍ଟ ଅଫିସ ଇ-କର୍ମସ ସାଇଟରେ ଡିସପ୍ଲେ କରିପାରିବା
ଡାକ ବିଭାଗ ନେବ ୧୦ ପ୍ରତିଶତ କମିଶନ
ଏହି ଇ-କର୍ମସ ପ୍ଲାଟଫର୍ମ ଜରିଆରେ ବିଭାଗ ନିଜର ଆର୍ଥିକ ସ୍ଥିତିକୁ ମଜବୁତ କରିପାରିବା ଯେଉଁଥି ପାଇଁ ସରକାରୀ ଏଜେନ୍ସୀର ଜିନିଷ କ୍ରୟ କରିବା ପାଇଁ ୭ ପ୍ରତିଶତ ଏବଂ ନିଜ ଏଜେନ୍ସୀର ଜିନିଷ କ୍ରୟ କରିବା ପାଇଁ ୧୦ ପ୍ରତିଶତ କମିଶନ ବିଭାଗ ନେବା