Below header

ଓଡିଶାରେ ଖାଲିପଡିଛି ୭୪୮୩ ନର୍ସିଂ ଅଫିସର ପଦବୀ, ୧୭ ଫେବୃଆରୀ ପୂର୍ବରୁ କରନ୍ତୁ ଆବେଦନ

ଓଡିଶାରେ ୭୪୮୩ ନର୍ସିଂ ଅଫିସର ପଦବୀ ଖାଲି । ଜିଏନଏମ୍‌ କିମ୍ବା ବିଏସ୍‌ସି ନର୍ସିଂ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ଆବେଦନ ପ୍ରକ୍ରିୟା ୧୭ ଫେବୃଆରୀ ପର୍ଯ୍ୟନ୍ତ ଚାଲୁ ରହିଛି।

ଓଡିଶା ନର୍ସିଂ ଅଫିସର ପୋଷ୍ଟ ପାଇଁ ଆବେଦନ ପ୍ରକାଶ ପାଇଛି। ଏହି ଭର୍ତ୍ତି ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧିନରେ କରାଯିବ । ଏଥିପାଇଁ ଆବେଦନ ପ୍ରକ୍ରିୟା ଜାରି ହୋଇସାରିଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌  osssc.gov.in କୁ ଯାଇ ଆବେଦନ କରିପାରିବେ ।

ଜରୁରୀ ତାରିଖ : ଆବେଦନ କରିବା ପାଇଁ ଶେଷ ତାରିଖ ୧୭ ଫେବୃଆରୀ ୨୦୨୩ ରହିଛି ।

ପଦବୀ ବିବରଣୀ : ୭୪୮୩

ଏହି ଭର୍ତ୍ତି ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧିନରେ ୩୦ ଜିଲ୍ଲାର ପ୍ରତିଷ୍ଠାନ, ମେଡିକାଲ କଲେଜ ଏବଂ ହସପିଟାଲରେ କରାଯିବ ।

ବୟସ ସୀମା : ନର୍ସିଂ ଅଫିସର ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୨୧ରୁ ୩୮ ବର୍ଷ ହୋଇଥିବା ଜରୁରୀ । ସରଂକ୍ଷିତ ବର୍ଗ ପ୍ରାର୍ଥୀଙ୍କ ବୟସ ସୀମାରେ ଛୁଟ୍‌ ଦିଆଯିବ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଜିଏନଏମ/ବିଏସସି ନର୍ସିଂ ଡିପ୍ଲୋମା କରିଥିବା ଜରୁରୀ । ଏହାସହିତ ୧୨ ପାସ୍‌ କରିଥିବା ଆବଶ୍ୟକ ।

ପ୍ରାର୍ଥୀ ରାଜ୍ୟ ନର୍ସିଂ କାଉନସିଲରେ ରେଜିଷ୍ଟ୍ରର କରିଥିବା ଜରୁରୀ।

ଏହାଛଡା ବିଜ୍ଞାପନ ତାରିଖ ଅନୁସାରେ ବୈଧ ରେଜିଷ୍ଟ୍ରେସନ ସାର୍ଟିଫିକେଟ ରହିଥିବା ଜରୁରୀ। ଏହାକୁ ଅନଲାଇନ ଜରିଆରେ ଅପଲୋଡ କରିବା ହେବ ।

ଦରମା : ପ୍ରାର୍ଥୀଙ୍କ ଦରମା ୨୯,୨୦୦ରୁ ୯୨,୩୦୦ ଟଙ୍କା ପର୍ଯ୍ୟନ୍ତ ଦିଆଯିବ ।

ଚୟନ ପ୍ରକ୍ରିୟା :

ନର୍ସିଂ ଅଫିସର ୨୦୨୩ ଭର୍ତ୍ତି ପାଇଁ ପ୍ରାର୍ଥୀ ଲିଖିତ ପରୀକ୍ଷା ଆଧାରରେ ସର୍ଟଲିଷ୍ଟ କରାଯିବ । ପରୀକ୍ଷାରେ ୧-୧ ଅଙ୍କର ୧୦୦ଟି ପ୍ରଶ୍ନ ପଚରାଯିବ । ଏହାର ଉତ୍ତର ୨ ଘଣ୍ଟାରେ ଦେବାକୁ ହେବ । ଏହାପରେ ପ୍ରାର୍ଥୀ ଡକ୍ୟୁମେଣ୍ଟ ଭେରିଫିକେସନ ପରେ ଇଣ୍ଟରଭ୍ୟୁ ରାଉଣ୍ଡରେ ଆୟୋଜିତ କରାଯିବ ।

କେମିତି କରିବେ ଆବେଦନ :

ପ୍ରଥମେ OSSSC ର ଅଫିସିଆଲ ୱେବସାଇଟ୍‌ osssc.gov.in କୁ ଯାଇ ଆବେଦନ କରିପାରିବେ ।

ତା’ ପରେ ଜରୁରୀ ଡିଟେଲ୍ସ ଭରିବା ପରେ ରେଜିଷ୍ଟ୍ରେସନ କରନ୍ତୁ ।

ଆବେଦନ ଫର୍ମ ଭରନ୍ତୁ ଏବଂ ଜରୁରୀ ଦସ୍ତାବିଜ ଅପଲୋଡ କରନ୍ତୁ ।

ଆବେଦନ ଶୁଳ୍କ ଭରିବା ପରେ ଫର୍ମ ସବମିଟ୍‌ କରନ୍ତୁ ।

ପରେ ଭବିଷ୍ୟ ପାଇଁ ଫର୍ମ ଡାଉନଲୋଡ କରି ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁଆବେଦନ କରନ୍ତୁ ;

https://osssc.gov.in/Docs/Nursing_detail_Adv-459.PDF

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.