ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ: ୪୦୦ ରନରେ ଅଲଆଉଟ୍‌ ହେଲା ଭାରତ, ପ୍ରଥମ ଇନିଂସରେ ୨୨୩ ରନରେ ଆଗୁଆ

ନାଗପୁରରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫି ସିରିଜର ପ୍ରଥମ ଟେଷ୍ଟ୍ ମ୍ୟାଚର ପ୍ରଥମ ଇନିଂସରେ ଭାରତ ୪୦୦ ରନରେ ଅଲଆଉଟ ହୋଇଛି । ଫଳରେ ଭାରତ ୨୨୩ ରନରେ ଆଗୁଆ ରହିଛି । ପ୍ରଥମ ଇନିଂସରେ ଅଧିନାୟକ ରୋହିତ ଶର୍ମା ୧୨୦ ରନ କରିଛନ୍ତି ।

ନାଗପୁରରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫି ସିରିଜର ପ୍ରଥମ ଟେଷ୍ଟ୍ ମ୍ୟାଚର ପ୍ରଥମ ଇନିଂସରେ ଭାରତ ୪୦୦ ରନରେ ଅଲଆଉଟ ହୋଇଛି । ଫଳରେ ଭାରତ ୨୨୩ ରନରେ ଆଗୁଆ ରହିଛି । ପ୍ରଥମ ଇନିଂସରେ ଅଧିନାୟକ ରୋହିତ ଶର୍ମା ୧୨୦ ରନ କରିଛନ୍ତି । ଏହା ତାଙ୍କ କ୍ୟାରିୟରର ନବମ ଏବଂ ଅଧିନାୟକ ଭାବେ ପ୍ରଥମ ଟେଷ୍ଟ୍ ଶତକ । ପ୍ରଥମ ଦିନରେ ଅର୍ଦ୍ଧଶତକ ପୂରଣ କରିଥିବା ରୋହିତ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା ବେଳେ ଦ୍ବିତୀୟ ଦିନରେ ଅଧିକ ସତର୍କତାର ସହ ଖେଳିଥିଲେ। ରୋହିତ ୬୬ ବଲ୍ରୁ ୫୦ ରନ୍ (୮ ଚୌକା, ୧ ଛକା) କରିଥିବା ବେଳେ ଆଉ ୫୦ ରନ୍ ପାଇଁ ୧୦୫ ବଲ୍ ଖେଳିଥିଲେ। ସେ ୧୭୧ ବଲ୍ରୁ ଶତକ ପୂରଣ କରିଥିଲେ। ରୋହିତ ଶର୍ମାଙ୍କ ବ୍ୟତିତ ରବୀନ୍ଦ୍ର  ଜାଡେଜା(୭୦) ଏବଂ ଅକ୍ଷର ପଟେଲ ୮୪ ରନ୍‌ର ଶାନଦାର ପାଳି ଖେଳିଥିଲେ।

ନାଗପୁରରେ ଖେଳା ଯାଉଥିବା ଏହି ଟେଷ୍ଟର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ମାତ୍ର ୧୭୭ ରନ ଆଲଆଉଟ ହୋଇଯିବାରୁ ଭାରତ ତା’ର ଇନିଂସ ଆରମ୍ଭ କରିଥିଲେ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଟିମ ଇଣ୍ଡିଆ କେଏଲ ରାହୁଲଙ୍କୁ ହରାଇ ୭୭ ରନ କରି ନେଇଥିଲା। ଆଜି ଦୁଇ ଅପରାଜିତ ବ୍ୟାଟର ରୋହିତ ଶର୍ମା ଓ ନାଇଟୱାଚ୍ ମ୍ୟାନ ଭାବେ ୩ନଂରେ ଆସିଥିବା ରବି ଅଶ୍ୱିନ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଦଳୀୟ ସ୍କୋର ୧୧୮ ଥିବା ବେଳେ ଅଶ୍ୱିନ ୨୩ ରନ କରି ଟଡ୍ ମର୍ଫୀଙ୍କ ବଲରେ ଆଉଟ ହୋଇଥିଲେ।

ଗତକାଲି ଦଳ ୩୨୧ ରନ ଯାଏଁ ଖେଳିଥିଲା । ତେବେ ଅକ୍ଷର ପଟେଲ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଦମଦାର ବ୍ୟାଟିଂ ଫଳରେ ଭାରତ ୨୨୩ ରନ ଅଗ୍ରଣୀ ହାସଲ କରିଛି । ଲଞ୍ଚ ସରିବା ପରେ ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.