Below header

ITBP/BSF/CISF ରେ ଖାଲିପଡିଛି ମହିଳାଙ୍କ ପାଇଁ ୨୮୪୭ ପଦବୀ, ଜଲଦି କରନ୍ତୁ ଆବେଦନ

କର୍ମଚାରୀ ଚୟନ ଆୟୋଗ (SSC) ପକ୍ଷରୁ ବିଭିନ୍ନ CAPE ବିଭାଗର ୨୫୨୭୧ ପଦବୀରେ ଭର୍ତ୍ତି ପାଇଁ ପରୀକ୍ଷା ହେବ। ଏହି ବିଭାଗରେ ବିଏସଏଫ, ସିଆଇଏସଏଫ, ଏସଏସବି, ଆଇଟିବିପି, ଏସଏସଏଫ, ଅସାମ ରାଇଫଲ୍ସ ସାମିଲ ରହିଛି। ୨୫୨୭୧ ପଦବୀ ମଧ୍ୟରୁ ୨୮୪୭ ପଦବୀ କେବଳ ମହିଳାମାନଙ୍କ ପାଇଁ ରହିଛି। ଏଥିରେ ଆବେଦନ କରିବାର ଶେଷ ତାରିଖ ୩୧ ଅଗଷ୍ଟ ରହିଛି। ଏମିତିରେ ମହିଳାମାନେ ବିଭାଗର ଅଫିସିଆଲ ୱେବସାଇଟକୁ ଯାଇ ଜଲଦି ଆବେଦନ କରିପାରିବେ।

ମହିଳା ଅଭ୍ଯାର୍ଥୀ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ ୱେବସାଇଟ https://ssc.nic.in/ କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ପଦବୀ ବିବରଣୀ: ୨୮୪୭ (ମହିଳା)

ବୟସ ସୀମା: ଆବେଦନ କରିବାକୁ ଥିବା ମହିଳାଙ୍କ ବୟସ ୧୮ରୁ ୨୩ ବର୍ଷ ହୋଇଥିବା ଜରୁରୀ।

ଚୟନ ପ୍ରକ୍ରିୟା: ଏହି ପଦବୀରେ ଭର୍ତ୍ତି ପାଇଁ ଅଭ୍ଯାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ଫିଜିକାଲ ଟେଷ୍ଟ ଏବଂ ଡକ୍ଯୁମେଣ୍ଟ ଭେରିଫିକେସନ ପରେ ନିଯୁକ୍ତି କରାଯିବ। ଅଧିକ ବିବରଣୀ ଜାଣିବା ପାଇଁ ଅଭ୍ଯାର୍ଥୀ ଆୟୋଗର ଅଫିସିଆଲ ୱେବସାଇଟକୁ ଯାଇ ନୋଟିଫିକେସନ ଦେଖିପାରିବେ।

ଏମିତି କରନ୍ତୁ ଆବେଦନ: ଆବେଦନକାରୀ ଇଚ୍ଛୁକ ଏବଂ ଯୋଗ୍ଯ ମହିଳା ଆୟୋଗର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.