ଜଳେଶ୍ୱରରେ ୧୫ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୨ ଗିରଫ

ଜଳେଶ୍ୱର(କେନ୍ୟୁଜ୍‌) : ଜଳେଶ୍ୱରରେ ପୁଣି ଧଳା ଜହର କାରବାର। ୧୫୦ଗ୍ରାମ ବ୍ରାଉନସୁଗର ଜବତ କରିଛି ଜଳେଶ୍ୱର ଅବକାରୀ ବିଭାଗ। ଏହାର ଆନୁମାନିକ ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

ଏହି କାରବାରରେ ଜଡିତ ଜଣେ ମହିଳାଙ୍କ ସମେତ ୨ଜଣ ବ୍ରାଉନସୁଗର ବେପାରୀଙ୍କୁ ପୋଲିସ ଗିରଫ କରିବା ସହ ଗୋଟେ ଭ୍ୟାନ୍ ଜବତ କରିଛି। ବ୍ରାଉନସୁଗର ଚୋରା ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗର ଏକ ୧୫ଜଣିଆ ସ୍ୱତନ୍ତ୍ର ଟିମ୍ ୬୦ ନମ୍ବର ଜାତୀୟ ରାଜପଥ ଚାଲନ୍ତି ଛକ ନିକଟରେ ଚଢାଉ କରିଥିଲା।

ଗତ ୧ ମାସ ମଧ୍ୟରେ ଏସ୍ଟିଏଫ୍, ପୋଲିସ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ପ୍ରାୟ ୬କୋଟି ଟଙ୍କାର ବ୍ରାଉନସୁଗର ଜବତ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.