Below header

ଜରୁରୀ ଖବର : ଆସନ୍ତା ମାସରେ ବ୍ୟାଙ୍କ୍‌ ବଦଳାଇବ ଅର୍ଥ କାରବାର ସମ୍ପର୍କିତ ନିୟମ, ଜାଣନ୍ତୁ ଆପଣଙ୍କ ପାଇଁ ଏହା ଲାଭ ହେବ ନା କ୍ଷତି

ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ) ଗ୍ରାହକଙ୍କୁ ବିଶେଷ ସୁବିଧା ଦେବା ପାଇଁ ନୂଆ ନିୟମ ଘୋଷଣା କରିଥାଏ । ଏବେ ଆର୍‌ବିଆଇ ତା’ର କୋଟି କୋଟି ଗ୍ରାହକଙ୍କ ପାଇଁ ପୁଣି ଥରେ ଏକ ବଡ଼ ଘୋଷଣା କରିଛି । ଯାହାଦ୍ୱାରା ଆସନ୍ତା ମାସରୁ ବ୍ୟାଙ୍କ୍‌ ଅର୍ଥ କାରବାର ନେଇ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ଯାଉଛି ।

ଅକ୍ଟୋବର ମାସରେ ଆର୍‌ବିଆଇ ରିୟଲ୍‌ ଟାଇମ୍‌ ଗ୍ରସ୍‌ ସେଟେଲ୍‌ମଣ୍ଟ୍‌ (RTGS) ସିଷ୍ଟମ୍‌କୁ ୨୪ ଘଣ୍ଟା ୭ ଦିନ ପାଇଁ, ଡିସେମ୍ବର ମାସରୁ ଚାଲୁ ରଖିବା ପାଇଁ ଘୋଷଣା କରିଥିଲା । ଏହି ଘୋଷଣା ଅନୁଯାୟୀ, ଆସନ୍ତା ମାସରୁ ଗ୍ରାହକଙ୍କୁ ବଡ଼ ଅର୍ଥ ଟ୍ରାନ୍ସଫର ନେଇ ଆଉ ବ୍ୟାଙ୍କ୍‌ ଖୋଲିବା କିମ୍ବା ବନ୍ଦ ହେବା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ।

ମୁଦ୍ରା ନୀତି ସମିତି (MPC)ର ଏପରି ନିଷ୍ପତ୍ତିକୁ ଘୋଷଣା କରି ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗ୍ରାହକମାନଙ୍କୁ ବଡ଼ ପୁରସ୍କାର ଦେଇଛନ୍ତି । ପୂର୍ବରୁ RTGS କରିବାର ସମୟ, ସକାଳ ୭ଟା ରୁ ସନ୍ଧ୍ୟା ୫ଟା ଯାଏ ଥିଲା । ତା’ଛଡ଼ା ୨ୟ ଓ ୪ର୍ଥ ଶନିବାର ବ୍ୟାଙ୍କ୍‌ ବନ୍ଦ ରହୁଥିବାରୁ ଏ ସୁବିଧା ମଧ୍ୟ ଗ୍ରାହକମାନେ ପାଇ ପାରୁନଥିଲେ । ରବିବାର ମଧ୍ୟ ଏହି ସୁବିଧା ବନ୍ଦ ରହୁଥିଲା । ମାତ୍ର ଏବେ ୨୪ ଘଣ୍ଟା ୭ ଦିନ ଏହି ସୁବିଧା ଗ୍ରାହକମାନେ ପାଇପାରିବେ ।

rtgs

ନ୍ୟୁନତମ ସୀମା ୨ ଲକ୍ଷ ଟଙ୍କା

ଆର୍‌ବିଆଇ ସାରା ଦେଶରେ ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌ ସେବାର ଉନ୍ନତି କରିବା ପାଇଁ ଏଭଳି ପଦକ୍ଷେପ ନେଇଛି । ବିଶେଷ କରି କରୋନା ସମୟରେ ଏହି ସେବା ବୃଦ୍ଧି କରାଯାଇଛି । ଫଳରେ ଏବେ RTGS ମାଧ୍ୟମରେ ନ୍ୟୁନତମ ରାଶି ୨ ଲକ୍ଷ ଟଙ୍କା ଯାଏ ଟ୍ରାନ୍ସଫର କରିପାରିବେ । ତେବେ ଅଧିକତମ ଟଙ୍କାର କୈାଣସି ସୀମା ରଖାଯାଇନାହିଁ । ଏଥିରେ ସୁବିଧା ଯେ, RTGS ମାଧ୍ୟମରେ ଟଙ୍କା ନେଣ ଦେଣ କଲେ ଏହା ତୁରନ୍ତ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଥାଏ ।

ନିଶୁଃଳ୍କ ହେଉଛି RTGS ସୁବିଧା

୨୦୧୯ ମସିହା ଜୁନ୍‌ ୬ ତାରିଖରୁ ଆର୍‌ବିଆଇ ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ସୁବିଧା ଆଣିଛି । ଯାହାଦ୍ୱାରା RTGS ଓ NEFT ଜରିଆରେ ହେଉଥିବା ନେଣ ଦେଣକୁ ନିଃଶୁଳ୍କ କରିଦିଆଯାଇଛି ।

NEFT ର ସୁବିଧା ମଧ୍ୟ ୨୪ ଘଣ୍ଟା ପାଇଁ ଉପଲବ୍ଧ

୨୦୧୯ ଡିସେମ୍ବର ୧୬ରେ ସବୁ ବ୍ୟାଙ୍କ୍‌ ୨୪ ଘଣ୍ଟା ପାଇଁ NEFT ର ସୁବିଧା ଆରମ୍ଭ କରିଥିଲେ । ଏପରି କରିବାକୁ ନିର୍ଦ୍ଦେଶ ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଦେଇଥିଲେ । ଯେଉଁଠି RTGS ସୁବିଧା କେବଳ ସକାଳ ୭ଟା ରୁ ସନ୍ଧ୍ୟା ୫ଟା ଯାଏ ଥିଲା । NEFT ର ଅର୍ଥ (ନେସ୍‌ନାଲ୍‌ ଇଲୋକ୍ଟ୍ରୋନିକ୍‌ ଫଣ୍ଡ୍‌ ଟ୍ରାନ୍ସଫର) । ଏଥିରେ ଇଣ୍ଟରନେଟ୍‌ ଜରିଆରେ ଯେ କୈାଣସି ବ୍ୟାଙ୍କ୍‌ରୁ ଅନ୍ୟ ଯେ କୈାଣସି ବ୍ୟାଙ୍କ୍‌କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଣ ଦେଣ ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.