ଭୁବନେଶ୍ୱର : ମନ୍ଦିର ପରିସରରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର ୟୁନିଟ୍‌-୨ ଅଶୋକ ନଗର ସ୍ଥିତ ମାର୍କେଟ୍‌ ବିଲଡିଂ ନିକଟ ମନ୍ଦିର ପରିସରରୁ ମିଳିଲା ମୃତଦେହ । ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଆଜି ପୋଲିସ୍‌ ଉଦ୍ଧାର କରିଛି । ଯୁବକ ଜଣକ ନିଜ ଗାମୁଛାକୁ ବେକରେ ଗୁଡ଼ାଇ ଆତ୍ମହତ୍ୟା କରିଥିବା ଆଲୋଚନା ହେଉଛି । ତାଙ୍କ ନାଁ ପୁନିଆ ପ୍ରଧାନ । ପୁନିଆଙ୍କ ବୟସ ୨୬ ବର୍ଷ । ତାଙ୍କ ଘର ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ଗଡ଼ଚିକିଲି ଠାରେ ବୋଲି ପୋଲିସ୍‌ ସୂତ୍ରରୁ ପ୍ରକାଶ । ପୁନିଆ ମାର୍କେଟ୍‌ ବିଲଡିଂରେ ଏକ ପାନ ଦୋକାନ କରିଥିଲେ । ସେ ଏଠାରେ ଏକା ରହୁଥିଲେ ।

ପୁନିଆଙ୍କ ମୃତ୍ୟୁ ସମ୍ପର୍କରେ ପୋଲିସ୍‌ ପରିବାର ଲୋକଙ୍କୁ ଜଣାଇ ଦେଇଛି । ଶବ ଉଦ୍ଧାର ପରେ କ୍ୟାପିଟାଲ ହସପିଟାଲରେ ପୋଷ୍ଟମର୍ଟମ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ପୁନିଆ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କର ଅନ୍ୟ କୌଣସି କାରଣରୁ ମୃତ୍ୟୁ ହୋଇଛି ସେ ସମ୍ପର୍କରେ ପୋଲିସ୍‌ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.