Below header

ଆରବ ସାଗର ଓ ବଙ୍ଗୋପ ସାଗରରେ ଏକାବେଳେ ଆସୁଛି ଦୁଇଟି ସାଇକ୍ଲୋନ୍

କେନ୍ୟୁଜ (ବ୍ୟୁରୋ): ଆସୁଛି ଦୁଇଟି ସାଇକ୍ଲୋନ୍‌ । ଗୋଟିଏ ଆରବ ସାଗରରେ, ଆଉ ଗୋଟିଏ ବଙ୍ଗୋପ ସାଗରରେ । ଆରବ ସାଗରରେ ସୃଷ୍ଟି ସାଇକ୍ଲୋନର ନାଁ ରଖାଯାଇଛି ‘ଗତି’ । ଏହା ସିଭିୟର ସାେଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇପାରେ । ‘ଗତି’ ସୋମାଲିଆରେ ହିଟ୍‌ କରିବ । ଏହା ୪୫ କିଲୋମିଟର ବେଗରେ ଗତି କରୁଛି । ସାଇକ୍ଲୋନିକ ଷ୍ଟର୍ମ ୧୨ ଘଣ୍ଟା ଭିତରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେବ । ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିବ । ପବନର ବେଗ ବଢ଼ି ୧୨୦ କିଲୋମିଟର ହୋଇପାରେ । ସଂଧ୍ୟା ପରେ ସୋମାଲିଆ ଅତିକ୍ରମ କରିବ ‘ଗତି’ ।

ସେହିଭଳି ବଙ୍ଗୋପ ସାଗରରେ ଆଉ ଏକ ସାଇକ୍ଲୋନ୍‌ । ଏହା ତାମିଲନାଡୁରେ ହିଟ୍‌ କରିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ । ଡିପ୍ରେସନର ୨୪ ଘଣ୍ଟା ପରେ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେବ । ଉତ୍ତର ପଶ୍ଚିମ ଦିଗରେ କତି କରି ୨୫ ତାରିଖ ମଧ୍ୟାହ୍ନ ବା ଅପରାହ୍ନ ବେଳକୁ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଅତିକ୍ରମ କରିବ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୫ ଓ ୨୬ ତାରିଖରେ ତିନିଟି ଜିଲ୍ଲା କୋରାପୁଟ, ରାୟଗଡ଼ା, ଗଜପତିକୁ ୟେଲୋ ଓ୍ଵାଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ନବରଙ୍ଗପୁର, କନ୍ଧମାଳ, ମାଲକାନଗିରିରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.