ଜେଲ ଗଲେ କମେଡି କୁଇନ୍‌ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ, ୧୪ ଦିନ ଯାଏଁ ରହିବେ ବିଚାର ବିଭାଗୀୟ ହାଜତରେ

ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଡ୍ରଗ୍ସ ମାମଲାରେ ମୁମ୍ବାଇ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଉଭୟେ ୪ ଡିସେମ୍ବର ଯାଏଁ କଷ୍ଟଡିରେ ରହିବେ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ବେଆଇନ୍‌ ଭାବେ ଗଞ୍ଜେଇ ରଖିବା ଅଭିଯୋଗରେ ଗିରଫ କରିଥିଲା। ଏହା ପୂର୍ବରୁ ତାଙ୍କ ଘରେ ଏନ୍‌ସିବି ଚଢ଼ଉ କରିଥିଲା।

ଚଢ଼ଉ ବେଳେ ଭାରତୀଙ୍କ ଘରୁ ପ୍ରାୟ ୮୬.୫୦ ଗ୍ରାମ୍‌ ଗଞ୍ଜେଇ ମିଳିଥିଲା। ଏହା ପରେ ଉଭୟେ ଗଞ୍ଜେଇ ନେଉଥିବା ମାନିଥିଲେ। ଶନିବାର ଭାରତୀ ଓ ହର୍ଷଙ୍କୁ ଉଠାଇ ନେଇଥିଲା ପୋଲିସ। କାଲି ଅପରାହ୍ନରେ ଭାରତୀ ଓ ଆଜି ସକାଳେ ହର୍ଷଙ୍କୁ ଗିରଫ କରାଯାଇଥିଲା। ରବିବାର ଦ୍ୱିପ୍ରହରରେ ଉଭୟଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ଶୁଣାଣି ପରେ ଉଭୟଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି।

bharti

ଏନେଇ ଭାରତୀଙ୍କ ଓକିଲ କହିଛନ୍ତି ଆମେ ଜାମିନ୍‌ ଆବେଦନ କରିଛୁ। ମାତ୍ର ଆଜି ରବିବାର ଥିବାରୁ ଆସନ୍ତାକାଲି ଜାମିନ ଆବେଦନର ଶୁଣାଣି ହୋଇପାରେ। ସୂଚନାଯୋଗ୍ୟ ଯେ ପୂର୍ବରୁ ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀ, ଦୀପିକା ପାଦୁକୋନ୍‌, ରକୁଲ ପ୍ରୀତ ସିଂହ, ଅର୍ଜୁନ୍‌ ରାମପାଲ୍‌ଙ୍କୁ ଜେରା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.