ସିମେଣ୍ଟ ଉତ୍ପାଦନ କ୍ଷମତା ବଢାଇବା ପାଇଁ ଅଲଟ୍ରାଟେକ୍ କରିବ ୫,୪୭୭ କୋଟି ଟଙ୍କାର ନିବେଶ, ଏହିସବୁ ରାଜ୍ଯରେ କରିବ ଉତ୍ପାଦନ

ଦେଶର ସବୁଠାରୁ ବଡ଼ ସିମେଣ୍ଟ କମ୍ପାନୀ ଅଲ୍ଟ୍ରାଟେକ୍ ସିମେଣ୍ଟ ନିଜର କ୍ଷମତା ବିସ୍ତାର କରିବା ପାଇଁ ସାଢେ ୫ ହଜାର କୋଟିର ନିବେଶ କରିବ। ୧,୨୮ କୋଟି ଟନ୍ ବିସ୍ତାର କରିବା ପାଇଁ ଏମିତି କରିଛି କମ୍ପାନୀ। ଯାହା ଫଳରେ କମ୍ପାନୀର ବାର୍ଷିକ ଉତ୍ପାଦନ କ୍ଷମତା ୧୩.୬ କୋଟି ଟନରୁ ଅଧିକ ହେବ। କମ୍ପାନୀର ନର୍ଦ୍ଦେଶକ ମଣ୍ଡଳ ଏହି ନିବେଶକୁ ମଞ୍ଜୁର ଦେଇଛନ୍ତି ।

କମ୍ପାନୀ ଏକ ବୟାନରେ କହିଛି କି, ଏହି ନିବେଶ ହେବା ଦ୍ବାରା କମ୍ପାନୀର ସର୍ବମୋଟ ଉତ୍ପାଦନ କ୍ଷମତା ୧୩.୬୨ କୋଟି ଟନ ବାର୍ଷିକ ହେବ। ଏହା ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନର ଅନୁରୂପ ହେବ ବୋଲି କମ୍ପାନୀ କହିଛି। ଆଦିତ୍ଯ ବିର୍ଲା କମ୍ପାନୀର ଚେୟାରମ୍ଯାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି, ଲକଡାଉନ ପରେ ସିମେଣ୍ଟ ଉଦ୍ଯୋଗରେ ଭଲ କାରବାର ଚାଲିଛି। ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହେବା ଯୋଗୁଁ ଏମିତି ହେଉଛି।

cemnt

କମ୍ପାନୀ କହିବା ଅନୁଯାୟୀ, କମ୍ପାନୀର ଯୋଜନା ରାଜସ୍ଥାନ ପାଲିର ସିମେଣ୍ଟ ଉତ୍ପାଦନ ଅଞ୍ଚଳ ଛଡା ଉତ୍ତରପ୍ରଦେଶ, ବିହାର, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ଯରେ ବାର୍ଷିକ ୬୭ ଲକ୍ଷ ଟନ୍ କ୍ଷମତା ବିସ୍ତାର କରିବ ବୋଲି ଯୋଜନା ରଖିଛି।

You might also like