Below header

ଇଂଲଣ୍ଡର ମହାରାଣୀ ଏଲିଜାବେଥଙ୍କୁ ପଛରେ ପକାଇଲେ ଭାରତୀୟ କନ୍ଯା ଅକ୍ଷତା, ଧନୀ ତାଲିକାରେ ହେଲେ ଏକ ନମ୍ବର

ଭାରତର ସବୁଠାରୁ ବଡ ଆଇଟି କମ୍ପାନୀ ହେଉଛି ଇନଫୋସିସି। ଏହାର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତି। ତାଙ୍କ ପାଖରେ ଥିବା ସମ୍ପତ୍ତିର ବିବରଣୀ ସାମ୍ନାକୁ ଆସିବା ପରେ ଏବେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନିକଟରେ ଜାରି ହୋଇଥିବା ଧନୀ ମହିଳା ତାଲିକାରେ ଅକ୍ଷତା ବ୍ରିଟେନର ମହାରାଣୀ ଏଲିଜାବେଥଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଇଂଲଣ୍ଡର ରାଣୀ ଏଲିଜାବେଥ-୨ୟ ଙ୍କ ଠାରୁ ଅକ୍ଷତାଙ୍କ ପାଖରେ ଅଧିକ ସମ୍ପତ୍ତି ରହିଛି।

ବ୍ରିଟିଶ ଖବରକାଗଜ ‘ଦ ଗାର୍ଡିଆନ’ ରେ ପ୍ରକାଶିତ ରିପୋର୍ଠ ମୁତାବକ, ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ପାଖରେ ୩୫୦ ମିଲିଅନ ପାଉଣ୍ଡ ଅର୍ଥାତ୍ ୩,୪୦୦ କୋଟି ଟଙ୍କା ରହିଥିବା ବେଳେ ଅକ୍ଷତାଙ୍କ ପାଖରେ ୪,୨୦୦କୋଟି ଟଙ୍କା ରହିଛି। ଇନଫୋସିସ୍ ବାର୍ଷିକ ରିପୋର୍ଟ ଅନୁଯାୟୀ, ଅକ୍ଷତାଙ୍କର ଇନଫୋସିସରେ ୦.୯୧% ଅଂଶଧନ ରହିଛି। ତେବେ ପତ୍ନୀ ଅକ୍ଷତାଙ୍କ ସମ୍ପତ୍ତି ବିବରଣୀ ଲୁଚାଇଥିବାରୁ ଏବେ ସମାଲୋଚନାର ଶିକାର ହୋଇଛନ୍ତି ସ୍ବାମୀ ଋଷି ସୁନକ। ଋଷି ବର୍ତ୍ତମାନ ଇଂଲଣ୍ଡର ଅର୍ଥମନ୍ତ୍ରୀ ଓ ସାଂସଦ ମଧ୍ୟ।

queen

ଖବର ମୁତାବକ, ଇଂଲଣ୍ଡରେ ସମସ୍ତ ମନ୍ତ୍ରୀମାନେ ଘନିଷ୍ଠ ପରିବାର ସଦସ୍ୟଙ୍କ ଆର୍ଥିକ ବିବରଣୀ ଦେବାକୁ ବାଧ୍ୟ। କିନ୍ତୁ ଅକ୍ଷତାଙ୍କ ସ୍ବାମୀ ପତ୍ନୀଙ୍କ ସମ୍ପତ୍ତି ବିବରଣୀ ଲୁଚାଇବା ସହ ଅକ୍ଷତା ବ୍ରିଟେନର ଏକ ଛୋଟ କମ୍ପାନିର ମାଲିକାଣୀ ବୋଲି ଦର୍ଶାଇଛନ୍ତି। ହେଲେ ଅକ୍ଷତାଙ୍କର ଇନଫୋସିସ୍ ଏବଂ ଆମାଜନ ଇଣ୍ଡିଆ ବ୍ୟତୀତ ବ୍ରିଟେନର ୬ଟି କମ୍ପାନିରେ ଅଂଶୀଦାରୀ ରହିଥିବା କଥା ଋଷି ଜଣାଇନଥିଲେ। ଯେଉଁଥିପାଇଁ ଏବେ ଅଡୁଆରେ ପଡିଛନ୍ତି ସୁନକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.