୨୦୨୧ ମେ’ ପର୍ଯ୍ୟନ୍ତ ଘରୁ କାମ କରିବେ ଫ୍ଲିପକାର୍ଟର ୧୨ ହଜାର କର୍ମଚାରୀ, ପଜିଟିଭ୍ ହେଲେ କଟିବନି ଟଙ୍କା

ପୁଣି କରୋନାର ପାଦୁର୍ଭାବ ବଢ଼ିବାରେ ଲାଗିଛି। କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ନିଜର ୧୨,୦୦୦ କର୍ମଚାରୀଙ୍କ ପାଇଁ ଘରୁ କାମ କରିବାର ଅବଧିକୁ ବଢ଼ାଇ ଦେଇଛି। ଏବେ କର୍ମଚାରୀ ୩୧ ମଇ ୨୦୨୧ ପର୍ଯ୍ୟନ୍ତ ‘ଓ୍ଵାର୍କ ଫ୍ରମ୍ ହୋମ୍’ ପଲିସି ଅନୁଯାୟୀ ଘରୁ କାମ କରିବେ। ବର୍ତ୍ତମାନର କରୋନା ସ୍ଥିତିକୁ ଲକ୍ଷ କରି ଏହି ନିଷ୍ପତ୍ତି ନିଆଯାଇଛି। ଫ୍ଲିପକାର୍ଟ ନିଜର ‘ବ୍ୟାକ୍ ଟୁ ଅଫିସ୍ ପ୍ଲାନ’ ଦ୍ୱିତୀୟ ପର୍ଯ୍ୟାୟକୁ ଆସନ୍ତା ମାସ ମଇ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛି। କିଛି ଦିନ ପୂର୍ବରୁ ଆମାଜନ୍ ମଧ୍ୟ ନିଜର କର୍ମଚାରୀଙ୍କ ପାଇଁ ଘରେ ରହି କାମ କରିବାର ଅବଧୀକୁ ଜୁନ୍ ୨୦୨୧ ପଯ୍ୟର୍ନ୍ତ ବଢ଼ାଇ ଦେଇଛି।

ଅଫିସ୍ ଆସୁଥିବା କର୍ମଚାରୀ ପାଳନ କରିବେ ଏହି ଗାଇଡଲାଇନ୍ସ

ରିପୋର୍ଟ ଅନୁଯାୟୀ, ଫ୍ଲିପକାର୍ଟ ସେହି ଟିମକୁ ଅଫିସକୁ ଆସିବାକୁ ଅନୁମତି ଦେଇଛି, ଯେଉଁମାନଙ୍କୁ ରୋଷ୍ଟର ବେସିସରେ ପୂର୍ବରୁ ହିଁ ଅଫିସରେ କାମ କରିବାକୁ ପଡୁଛି। କିନ୍ତୁ ଅନ୍ୟ ସମସ୍ତ କର୍ମଚାରୀ ଘରୁ କାମ କରିବା ଜାରି ରଖିବେ। କମ୍ପାନୀ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଅଫିସ୍ ଆସୁଥିବା ସମସ୍ତ କର୍ମଚାରୀଙ୍କୁ ଗାଇଡଲାଇନ୍ସ ଏବଂ ପ୍ରୋଟୋକଲକୁ ପାଳନ କରିବାକୁ ହେବ।

କୋଭିଡ୍ ଲିଭ୍ ପଲିସି

ଓ୍ଵାର୍କ ଫର୍ମ ହୋମର ଅବଧିକୁ ବଢ଼ାଇବା ସହିତ ଫ୍ଲିପକାର୍ଟ ‘Covid Care Leaves’ ମଧ୍ୟ ଲଞ୍ଚ୍ କରିଛି। ଯଦି କୌଣସି କର୍ମଚାରୀ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହେଉଛନ୍ତି ତାହେଲେ ତାଙ୍କୁ ଏଥିପାଇଁ ୨୮ ଦିନର ଛୁଟି ମିଳିବ। ସବୁଠୁ ବଢ଼ିଆ କଥା ହେଉଛି ଏହି ଛୁଟି ପେଡ କରାଯିବ ଅର୍ଥାତ କର୍ମଚାରୀଙ୍କ ପେମେଣ୍ଟରେ କୌଣସି ଅସୁବିଧା କରାଯିବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.